ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ କୋଭିଡ ଟିକାକରଣ, ରାଜ୍ୟରେ ୧୫ଲକ୍ଷ ୨୧ ହଜାର ପିଲା ନେବେ କୋର୍ବେଭାକ୍ସ ଟିକା

ଭୁବନେଶ୍ବର(କେନ୍ଯୁଜ୍):ଆଜି ଜାତୀୟ ଟିକାଦାନ ଦିବସ । ଏହି ଅବସରରେ ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଟିକାକରଣ । ଜନ୍ମ ତାରିଖ ଆଧାରରେ ଦିଆଯାଉଛି ଟିକା । ଯେଉଁମାନେ ୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ କୋଭିଡ ଟିକା ଦିଆଯାଉଛି । ଟିକା ନେବାକୁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡୁଛି । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପଞ୍ଜୀକରଣ ଜରିଆରେ ଦିଆଯାଉଛି ଟିକା ।

କୋଓ୍ଵିନ୍‌ ପୋର୍ଟାଲରେ ଏମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯାଉଛି । ପିଲାଙ୍କୁ ସ୍କୁଲ ଗୁଡିକରେ ଟିକା ଦିଆଯାଉଛି ଓ ଶିକ୍ଷକମାନେ ସହଯୋଗ କରୁଛନ୍ତି । ସ୍କୁଲ ସମୟ ଅନୁସାରେ ଟିକାକରଣ ବ୍ୟବସ୍ଥା କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବିଭାଗ, SC-ST ବିଭାଗ ସହ ସମନ୍ଵୟ ରଖି ଟିକାକରଣ ଚାଲିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ପାଇଁ ଡେଡିକେଟେଡ୍‌ ସେଣ୍ଟର ଖୋଲାଯିବ । ପିଲାଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ । ସୂଚନା ମୁତାବକ, ରାଜ୍ୟରେ ୧୫ଲକ୍ଷ ୨୧ ହଜାର ପିଲା ଟିକା ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.