ମୋହନା(କେନ୍ଯୁଜ୍): ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି ଚାଷ କରିଥିଲେ। ଫସଲରେ ପୋକ ଲାଗିଥିବା ଯୋଗୁଁ ୩ ଦିନ ପୂର୍ବରୁ ଫସଲରେ କୀଟ ନାଶକ ଔଷଧ ଛିଞ୍ଚନ କରିଥିଲେ।
ତେବେ ଗୁରୁବାର ସନ୍ଧ୍ୟାରେ ଫୁଲକୋବି ତୋଳି ରୋଷଇ କରି ଖାଇବା ପରେ ଦୁହେଁ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ପେଟରେ ଭୀଷଣ ଜ୍ୱଳା ହେବା ସହ ମୁଣ୍ଡ ବୁଲାଇଥିଲା । ସଙ୍ଗେ ସଙ୍ଗେ ଗ୍ରାମବାସୀ ଦମ୍ପତିଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଚିକିତ୍ସା ପରେ ବର୍ତ୍ତମାନ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।