ଚୀନ୍ରେ ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ପାହାଡ଼ରେ ପିଟି ହୋଇଯାଇଥିବା ସୂଚନା
ଚୀନ୍ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ। ସୋମବାର ୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏୟାର କ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନ କୁନ୍ମିଙ୍ଗ୍ରୁ ଗୁଆଙ୍ଗ୍ଜୁ ଯାଉଥିଲା। ଗୁଆଙ୍ଗକ୍ସି ନିକଟରେ ପାହାଡ଼ରେ ପିଟି ହୋଇ ନିଆଁ ଲାଗିଯିବାରୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଚୀନ୍ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି।
Boeing 737 passenger jet carrying 133 crashes in rural China https://t.co/nzD0izcEIz pic.twitter.com/QBM9XFprav
— Daily Mail Online (@MailOnline) March 21, 2022
ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବୋଇଂ ୭୩୭ ଏୟାରକ୍ରାଫ୍ଟ। ତେବେ ଏହି ଦୁର୍ଘଟଣାରେ କେତେ ମୃତାହତ ହୋଇଛନ୍ତି ସେ ନେଇ କୌଣସି ଖବର ସାମ୍ନାକୁ ଆସି ନାହିଁ। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି।
A China Eastern Airlines Boeing 737-800 operating flight MU5735 has reportedly crashed near Wuzhou in southern China. Initial reports say 133 onboard.pic.twitter.com/iipgQYGkhK
— WLVN Analysis🔍 (@TheLegateIN) March 21, 2022
Also Read: ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ: ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି