ଭଦ୍ରକ(କେନ୍ୟୁଜ): ଟ୍ରକକୁ ଧକ୍କା ଦେଲା ବସ୍, ୨୨ ଆହତ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ପାଳଦା ବାଙ୍କ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ୍। କୋଲକତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ବସ୍ ଟ୍ରକକୁ ଧକ୍କା ଦେଇ ରାସ୍ତା କଡ଼ରୁ ଢଳି ପଡ଼ିବାରୁ ପ୍ରାୟ ୨୨ ଜଣ ଆହତ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।