ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ନିର୍ବାଚନୀ ହିଂସା। ପୌର ନିର୍ବାଚନ ପାଇଁ ଭୋଟ ଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଗଣ୍ଡଗୋଳ। ଗୋଟିଏ ଦଳର ଏଜେଣ୍ଟଙ୍କୁ ଅନ୍ୟ ଦଳର ଏଜେଣ୍ଟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏକ ନଂ ୱାର୍ଡର ୩ନଂ ବୁଥରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏ. ରାମବାବୁ ନାମକ ଏଜେଣ୍ଟ ମଧ୍ୟାହ୍ନ ଭୋଜନରେ ଯାଉଥିବା ବେଳେ ଅନ୍ୟ ଏକ ଦଳର ପ୍ରାର୍ଥିଙ୍କ ଏଜେଣ୍ଟ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ମାଡ଼ ଖାଇଥିବା ଏଜେଣ୍ଟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ବେଦନଶୀଳ ବୁଥରେ ସିସିଟିଭି ଲାଗିଥିବା ସତ୍ତ୍ୱେ ମାଡ଼ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।ତେବେ ଏସଂପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।