ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଚୋରି; ଦାନ ଥାଳିରୁ ୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ , ସିସିଟିଭିରେ ଚୋରଙ୍କ ଚିତ୍ର କଏଦ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମ୍ନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ଭଗବାନଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ଅଛି ନାଁ କୌଣସି ଭୟ । ଏମିତି କି ମନ୍ଦିରରେ ପଶି ଲୁଟିନେଇଥାନ୍ତି ସୁନା ରୁପା ଅଳଙ୍କାର ।

ଆଜି ମଧ୍ୟ ସମାନ ଘଟଣା ଘଟିଛି ଯେ ଦିନ ଦ୍ୱିପ୍ରହରରେ ଶ୍ରଦ୍ଧାଳୁ ବେଶରେ ଆସି ଦାନ ଅର୍ଥ ଲୁଟିନେଲେ ଯୁବକ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ଜଣେ ଲୁଟେରା ଆଡ଼ କାଠ ପାଖରେ ଥିବା ଦାନ ଥାଳିରୁ ପ୍ରାୟ ୮ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଲୁଟ ବେଳର ଭିଜୁଆଲ ସିସିଟିଭି ରେ କଏଦ ହୋଇଥିବାର କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.