କେନ୍ଦ୍ରାପଡା(କେନ୍ୟୁଜ୍): ଡକାୟତ କରିବାକୁ ଯାଇ ଧରାପଡିଲେ ଦୁଇ ଦୁର୍ବୃତ୍ତ । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବଢିହ ପଂଚାୟତ କାକଟପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ କାର୍ତ୍ତିକ ସ୍ବାଇଁଙ୍କ ଘରେ ମାରଣାସ୍ତ୍ରରେ ଆକ୍ରମଣ କରି ସଶସ୍ତ୍ର ଡକାୟତି ଉଦ୍ୟମ କରିବା ସହ ସୁନା ଟଙ୍କା ନେବା ପାଇଁ ପରିବାରର ୨ ଜଣଙ୍କୁ ହାଣି ଥିଲେ ।
କିନ୍ତୁ ଡକାୟତିରେ ବିଫଳ ହେବା ପରେ ଫାଙ୍କା ଗୁଳି ଫୁଟାଇ ସେଠାରୁ ଫେରାର ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏତିକି ବେଳେ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଦେଇଥିଲେ ଗ୍ରାମବାସୀ। ସେମାନଙ୍କୁ ନିସ୍ତୁକ ପିଟିବା ସହ ତନ୍ତିଆପାଳ ସାମୁଦ୍ରୀକ ପୋଲିସର ଜିମା ଦେଇଛନ୍ତି ।