ଛତିଶଗଡ଼କୁ ବେଆଇନ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ୨୮ କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

ବରଗଡ଼(କେନ୍ୟୁଜ୍): ଭଟଲି ଅବକରୀ ବିଭାଗ ଦ୍ଵାରା ଛତିଶଗଡ଼କୁ ବେଆଇନ ଚାଲାଣ ହେଉଥିବା ବିପୁଲ ପରିମାଣର ମହୁଲ ଜବତ କରାଯାଇଛି । ଏହା ସହ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ମହୁଲ ଚାଲାଣ କରାଯାଉଥିବା ପିକଅପ ମଧ୍ୟ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଟଲି ଥାନା କାଶିପାଲି ରାସ୍ତା ରେ ବେଆଇନ ମହୁଲ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଡାଉ ସମୟରେ ଏକ ପିକଅପ ରେ ଲୋଡ଼ ହୋଇଥିବା ୨୮ କୁଇଣ୍ଟାଲ ମହୁଲ ଜବତ କରାଯାଇଥିଲା । ଏହା ସହ ଅବକାରୀ ବିଭାଗ ଜଣେ ବ୍ୟକ୍ତି କୁ ଗିରଫ କରିଥିବା ସୂଚନା ଦେଇଛି । ଏ ନେଇ ଭଟଲି ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଜବତ ମହୁଲ ବେଆଇନ ଭାବରେ ଛତିଶଗଡ଼ କୁ ଚାଲାଣ ହେଉଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଭଟଲି ଅବକାରୀ ଥାନା ଓଆଇସି ଉଷାବତୀ ଗୌଡ଼ ଙ୍କ ନେତୃତ୍ୱରେ ଏଏସଆଇ ନନ୍ଦିକିଶୋର ପ୍ରଧାନ , କନେଷ୍ଟବଳ ବିନୋଦ ତିର୍କୀ ଏବଂ ଉଦ୍ଧବ ଭୋଇ ପ୍ରମୁଖ ସାମିଲ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.