ରାଜଧାନୀରୁ କୋକେନ୍‌ ମିଳିବା ଘଟଣା: ଅଭିଯୁକ୍ତ ରବିର ମୋବାଇଲ ହିଁ ଖୋଲିବ ସବୁ ସିକ୍ରେଟ୍‌

ଭୁବନେଶ୍ବର (କେନ୍ୟୁଜ୍):ରାଜଧାନୀରୁ କୋକେନ୍‌ ମିଳିବା ଘଟଣା। ଅଭିଯୁକ୍ତ ସନି କୁମାର ଓ ରବି ସିଂକୁ ୪ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସ୍‌ଟିଏଫ୍‌। ଦକ୍ଷିଣ ଆଫ୍ରିକା ଲିଙ୍କ ନେଇ ଚାଲିଛି STFର ଖୋଳତାଡ଼ । ରବିର ମୋବାଇଲ ହିଁ ଖୋଲିବ କୋକେନ୍‌ର ସିକ୍ରେଟ୍‌। ରବି ଏକାଧିକ ମୋବାଇଲ୍‌ରେ ଲୋକଙ୍କ ସହ କଥା ହୋଇ ଡିଲ୍‌ କରେ। ବିଭିନ୍ନ ଆପ୍‌ ଜରିଆରେ ଲୋକଙ୍କୁ କଲ୍‌ କରେ । ବିଶେଷ କରି ହ୍ଵାଟ୍ସଆପ୍‌ ଓ ଟେଲିଗ୍ରାମ୍‌ରେ ଲୋକଙ୍କ ସହ କଥା ହୁଏ ରବି। ତା ମୋବାଇଲ୍‌ରେ ଅନେକ ତଥ୍ୟ ରହିଛି। ରବିର ମୋବାଇଲ୍‌ରୁ ବାହାର ରାଜ୍ୟର ଲିଙ୍କ୍‌ ଥିବା ଜାଣିବାକୁ ପାଇଛି STF। ସାଉଥ ଆଫ୍ରିକା ଓ ଦିଲ୍ଲୀର ଅନେକ ବ୍ୟକ୍ତିଙ୍କ ତଥ୍ୟ ମୋବାଇଲରେ ରହିଛି ।

କୋକେନ୍‌ ଟ୍ରାକ୍‌ ଭୟରେ ଆପ୍‌ ଜରିଆରେ କଥା ହୁଏ ରବି। ରବିର ମୋବାଇଲ୍‌କୁ ଟେକ୍ନିନାଲ ଟିମ୍‌ ଯାଞ୍ଚ କରୁଛନ୍ତି। ୧୨ତାରିଖ ଦିନ ଜାଭିୟର ଛକରୁ ୨୦୨ଗ୍ରାମ୍‌ କୋକେନ୍‌ ଜବତ କରିଥିଲା ଏସ୍‌ଟିଏଫ୍‌। ଓଡିଶାରୁ କୋକେନ୍‌ ଜବତ ହେବା ଏହା ପ୍ରଥମ ଘଟଣା। ରିମାଣ୍ଡରେ ଥିବା ଦୁଇ ଜଣଙ୍କୁ କୋକେନ୍‌ର ଚେନ୍‌ ଓ ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ସହଯୋଗୀଙ୍କ ସଂପର୍କରେ ପଚରାଉଚରା କରୁଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦକ୍ଷିଣ ଆଫ୍ରିକା କରେନ୍‌ସୀ ମିଳିଥିଲା। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.