ଦେବଗଡ଼(କେନ୍ୟୁଜ୍):ସାବଧାନ ଅଭିଭାବକ। ପିଲାଙ୍କୁ ବହୁତ ସମୟରେ ଧରି ମୋବାଇଲ ଦେଉଥିଲେ ସଚେତନ ରୁହନ୍ତୁ। ଅନେକ ଫୋନ ଏବେ ସରୁକ୍ଷିତ ନୁହେଁ । ବହୁତ ସମୟ ଧରି ଫୋନରେ ଖେଳିଲେ ଏଗୁଡିକ ବ୍ଲାଷ୍ଟ ହେବାର ସମ୍ଭାବନା ରହୁଛି। ଏଭଳି ଏକ ଘଟଣା ଦୁଇ ଦିନ ତଳେ କାମାକ୍ଷାନଗରରେ ଘଟିଥିବା ବେଳେ ଆଜି ପୁଣି ଦେବଗଡ଼ରେ ମୋବାଇଲ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି।ମୋବାଇଲ ଫୋନ ଫାଟି ୬ ବର୍ଷର ବାଳକ ଗୁରୁତର। ଗୁରୁତର ଅବସ୍ଥାରେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁଃଖଦ ଘଟଣା ଘଟିଛି ଦେବଗଡ ଦୁଧିଆନାଳୀ ଗାଁରେ ।
ଆହତ ଶିଶୁଟି ହେଉଛି ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ଆୟୁଷ । ଗେମ୍ ଖେଳୁଥିବା ସମୟରେ ମୋବାଇଲଟ ଫାଟି ଯାଇଥିବା ଜଣାପଡିଛି । ଏବେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ଆୟୂଷ ।