Below header

ନିଜର ଦଳ ଗଢ଼ିବେ ପ୍ରଶାନ୍ତ କିଶୋର, ଟ୍ଵିଟ୍‌ କରି ସୂଚନା ଦେଲେ ନିର୍ବାଚନ ରଣନୀତିକାର

କେନ୍ୟୁଜ୍(ବ୍ୟୁରୋ):ରଣନୀତିଜ୍ଞରୁ ରାଜନେତା ହେବେ ପ୍ରଶାନ୍ତ କିଶୋର। ଗଢ଼ିବେ ନିଜର ନୂଆ ରାଜନୈତିକ ଦଳ । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ପ୍ରଶାନ୍ତ କିଶୋର। ଆସନ୍ତା ମାସରେ ଆରମ୍ଭ କରିବେ ରାଜନୈତିକ ଅଭିଯାନ। ଦୀର୍ଘଦିନର ଆଲୋଚନା ପରେ କଂଗ୍ରେସ ସହ ମୂଲଚାଲ ନ ଛିଣ୍ଡିବାରୁ ଏହି ଦଳରେ ଯୋଗ ଦେବେନାହିଁ ବୋଲି ନିକଟରେ ଘୋଷଣା କରିଥିଲେ ପ୍ରଶାନ୍ତ କିଶୋର।

ଆଜି ନିଜ ରାଜନୈତିକ ଅଭିଯାନ ଆରମ୍ଭ କରିବେ ବୋଲି ସକାଳୁ ସକାଳୁ ଟ୍ଵିଟ୍‌ କରିଥିଲେ। ଲେଖିଥିଲେ, ତାଙ୍କର ଅନୁସନ୍ଧାନ ରହିବ ଗଣତନ୍ତ୍ରରେ ଅର୍ଥପୂର୍ଣ୍ଣ ଯୋଗଦାନ। ବର୍ତ୍ତମାନ ରିୟଲ ମାଷ୍ଟର ହେବାର ସମୟ ଆସିଥିବା ଟ୍ଵିଟରେ ଉଲ୍ଲେଖ କରିଛନ୍ତି ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞଙ୍କ ଏହି ନୂଆ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ ଅନେକ ରାଜନୈତିକ ଦଳଙ୍କୁ ନିର୍ବାଚନ ବୈତରଣୀ ପାର କରାଇଛନ୍ତି ପ୍ରଶାନ୍ତ କିଶୋର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.