ଓଲା ଇଲେକ୍ଟ୍ରିକ୍ ହେଲା ୧ନମ୍ବର : ହିରୋ ଇଲେକ୍ଟ୍ରିକକୁ ପଛରେ ପକାଇଲା ଓଲା ଇଲେକ୍ଟ୍ରିକ୍, ଅଧିକ ବିକ୍ରି ହେଉଛି କମ୍ପାନୀର ସ୍କୁଟର

ଦିନକୁ ଦିନ ନୂଆ ନୂଆ ଗାଡି ନୂଆ ଡିଜାଇନ୍ ସହ ମାର୍କେଟକୁ ଆସୁଛି। ଏମିତିକି ଏବେ ଓଲା ଇଲେକ୍ଟ୍ରିକ୍ ହିରୋ ଇଲେକ୍ଟ୍ରିକ୍କୁ ଅତିକ୍ରମ କରି ଦେଶର ଏକ ନମ୍ବର ଇଲେକ୍ଟ୍ରିକ୍ ଗାଡ଼ି ଭାବେ ପ୍ରମାଣିତ ହୋଇପାରିଛି। ଓଲା ମାତ୍ର ୫ ମାସ ମଧ୍ୟରେ ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ଯାନ ଭାବେ ବଜାରରେ ଏଣ୍ଟ୍ରି କଲା।

ଓଲା ଇଲେକ୍ଟ୍ରିକ୍, ହିରୋ ଇଲେକ୍ଟ୍ରିକ୍କୁ ଟକ୍କର ଦେଇ ଏବେ ଦେଶର ଏକ ନମ୍ବର ଇଲେକ୍ଟ୍ରିକ୍ ଦୁଇ ଚକିଆ ଗାଡ଼ି କମ୍ପାନୀ ହୋଇପାରିଛି। ଭାରତୀୟ ଇଲେକ୍ଟ୍ରିକ୍ ଦୁଇ ଚକିଆ ବଜାରରେ ଓଲା ପ୍ରବେଶ କରିବାକୁ ମାତ୍ର କିଛି ମାସ ବିତିଗଲାଣି। କିନ୍ତୁ ଗତ ମାସରେ, ଓଲା ଇଲେକ୍ଟ୍ରିକ୍, ବିକ୍ରୟ ଦୃଷ୍ଟିରୁ ହିରୋ ଇଲେକ୍ଟ୍ରିକ୍କୁ ଅତିକ୍ରମ କରିଛି।

ସଡକ ପରିବହନ ମନ୍ତ୍ରଣାଳୟ ଅନୁଯାୟୀ କମ୍ପାନୀ ଏପ୍ରିଲରେ ସର୍ବାଧିକ ସଂଖ୍ୟକ ଏହି ଇଭି ସ୍କୁଟର ବିକ୍ରି କରିଛି। ଓଲା ଏପ୍ରିଲ ମାସରେ ୧୨୬୮୩ ୟୁନିଟ୍ ବିକ୍ରି କରିଛି। ହିରୋ ଇଲେକ୍ଟ୍ରିକ୍ ୫୦ ପ୍ରତିଶତ ହ୍ରାସ ସହିତ କେବଳ ୬୫୭୦ ୟୁନିଟ୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା ଏବଂ ଏପ୍ରିଲରେ ତୃତୀୟ ସ୍ଥାନରେ ଥିଲା। ଦ୍ୱିତୀୟ ସ୍ଥାନରେ ଓକିନାୱା ଓଟୋଟେକ୍ ରହିଛି, ଯାହା ୧୦ ହଜାର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିଛି।

ଓଲା ଇଲେକ୍ଟ୍ରିକ୍ ଓଲା S1 ଏବଂ ଓଲା S1 ପ୍ରୋ ସ୍କୁଟରର ମୂଲ୍ୟ ୮୫ ହଜାରରୁ ୧.୧୦ ଲକ୍ଷ ଟଙ୍କା ରହିଛି। ମହାରାଷ୍ଟ୍ରରେ ଓଲା S1 ର ମୂଲ୍ୟ ୯୪ ହଜାର ୯୯୯ ଟଙ୍କା, ରାଜସ୍ଥାନରେ ୮୯ ହଜାର ୯୬୮ ଟଙ୍କା ଏବଂ ଗୁଜୁରାଟରେ ୭୯ ହଜାର ୯୯୯ ଟଙ୍କା ରହିଛି। ମହାରାଷ୍ଟ୍ରରେ ଓଲା S1 ପ୍ରୋ ମୂଲ୍ୟ ୧ ଲକ୍ଷ ୨୪ ହଜାର ୯୯୯ ଟଙ୍କା, ଗୁଜୁରାଟରେ ୧ ଲକ୍ଷ ୯ ହଜାର ୯୯୯ ଟଙ୍କା ଏବଂ ରାଜସ୍ଥାନରେ ୧ ଲକ୍ଷ ୧୯ ହଜାର ୧୩୮ ଟଙ୍କା ରହିଛି। ଏହି ସ୍କୁଟର ଅଧିକ ବିକ୍ରି ହେଉଛି । ଏହାର ଫିଚର୍ ଭଲ ଥିବା ଗ୍ରାହକ ମଧ୍ୟ ରିଭ୍ୟୁରେ କହିଛନ୍ତି। ତେବେ ଆପଣ ଯଦି କୌଣସି ନୂଆ ଗାଡି କିଣିବାକୁ ଚାହୁଁଛନ୍ତି ଏହି ଗାଡ଼ି କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.