ବାହାରେ ଖାଇବା ଛାଡ଼ି ଦିଅନ୍ତୁ, ଘରେ ହିଁ ଏମିତି ସହଜରେ ପ୍ରସ୍ତୁତ କରନ୍ତୁ ‘ପନିର ଟିକ୍କା ରୋଲ୍’
ଆପଣ ବାହାରେ ଅନେକ ପ୍ରକାରର ପନିର ରୋଲ୍ ଖାଇଥିବେ। ଆଜିକାଲି ନନ୍ ଭେଜ୍ ଅପେକ୍ଷା ଭେଜ୍ ରୋଲ୍ସ ଖାଇବାକୁ ଲୋକଙ୍କର ଅଧିକ ଡିମାଣ୍ଡ ରହୁଛି। ଆଉ ଲୋକଙ୍କ ଡିମାଣ୍ଡକୁ ନଜରରେ ରଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ରୋଲ୍ ପ୍ରସ୍ତୁତ କରୁଛନ୍ତି। ତେବେ ଆପଣ ବାହାରେ କେବେ ନା କେବେ ନିଶ୍ଚୟ ପନିର ଟିକ୍କା ରୋଲ୍ ଖାଇଥିବେ। କିନ୍ତୁ ଏବେ ଆପଣଙ୍କୁ ଆଉ ବାହାରେ ଖାଇବାକୁ ପଡ଼ିବ ନାହିଁ। କାହିଁକି ନା, ଆମେ ଆପଣଙ୍କ ପାଖକୁ ନେଇ ଆସିଛୁ ‘ପନିର ଟିକ୍କା ରୋଲ୍’ର ରେସିପି, ଯାହାକୁ ଆପଣ ଅତି ସହଜରେ ଘରେ ହିଁ ପ୍ରସ୍ତୁତ କରି ପାରିବେ। ଆସନ୍ତୁ ଜାଣିବା…ପ୍ରସ୍ତୁତି ପ୍ରଣାଳୀ।
ରୋଲ୍ ପାଇଁ ଆବଶ୍ୟକ ସାମଗ୍ରୀ
- ୧୨-୧୩ କ୍ୟୁବ୍ସ ପନିର
- ୧/୨ କପ୍ ଦହି
- ସ୍ୱାଦ ଅନୁସାରେ ଲୁଣ
- ୧ ଛୋଟ ଚାମଚ ନାଲି ଲଙ୍କାଗୁଣ୍ଡ
- ୧ ଛୋଟ ଚାମଚ ଧନିଆ ଗୁଣ୍ଡ
- ୧/୨ ଛୋଟ ଚାମଚ ଅଦା-ରସୁଣ ପେଷ୍ଟ୍
- ୧/୨ ଛୋଟ ଚାମଚ ଗରମ ମସଲା
- ୧/୨ ଛୋଟ ଚାମଚ କସୁରୀ ମେଥି
- ୧ ଛୋଟ ଚାମଚ ବେସନ
- ଗୋଟିଏ ସବୁଜ ଶିମ୍ଲା ଲଙ୍କା
- ଗୋଟିଏ ପିଆଜ
- ୧/୨ ଛୋଟ ଚାମଚ ଚାଟ୍ ମସଲା
- ୧ ଛୋଟ ଚାମଚ ତେଲ
- ୧/୨ ଛୋଟ ଚାମଚ ଲେମ୍ବୁ ରସ
ପରଟା ର୍ୟାପ୍ ପାଇଁ
- ୨ କପ୍ ମଇଦା
- ୧ ଛୋଟ ଚାମଚ ଲୁଣ
- ୧ ଛୋଟ ଚାମଚ କର୍ଣ୍ଣଫ୍ଲୋର୍
- ୨ ଛୋଟ ଚାମଚ ଘିଅ
- ୧ କପ୍ କ୍ଷୀର
- ଗୋଟିଏ ଅଣ୍ଡା
- ସବୁଜ ଲଙ୍କା
- ଟମାଟୋ ସସ୍
ପନିର ଟିକ୍କା ରୋଲ୍ ବନାଇବାର ବିଧି
-ପନିର କ୍ୟୁବ୍ସକୁ ଏକ ପାତ୍ରରେ ରଖନ୍ତୁ।
-ଅନ୍ୟ ପାତ୍ରରେ ଦହି, ଲୁଣ, ନାଲି ଲଙ୍କାଗୁଣ୍ଡ, ଧନିଆ ପାଉଡର, ଅଦା-ରସୁଣ ପେଷ୍ଟ୍, ଗରମ ମସଲା, କସୁରୀ ମେଥି ଓ ବେସନ ସହିତ ଶିମ୍ଲା ଲଙ୍କା, ପିଆଜ, ଚାଟ୍ ମସଲା ଏବଂ ତେଲ ପକାନ୍ତୁ।
-ଏ ସବୁଗୁଡ଼ିକୁ ଭଲ ଭାବରେ ମିଶାଇ ଦିଅନ୍ତୁ।
-ମିଶ୍ରଣରେ ଲେମ୍ବୁରସ ମିଶାନ୍ତୁ ଏବଂ ୩୦ ମିନିଟ୍ ପାଇଁ ଅଲଗା ରଖି ଦିଅନ୍ତୁ।
-୩୦ ମିନିଟ୍ ପରେ ପନିର, ଶିମ୍ଲା ଲଙ୍କା ଏବଂ ପିଆଜ ଖଣ୍ଡକୁ skewer (ଗୋଜିଆ ଲୁହାରଡ୍)ରେ ଗୋଟିଏ ପରେ ଗୋଟିଏ ପୂରାନ୍ତୁ।
-skewerକୁ ୨୦୦ ଡିଗ୍ରୀ ସେଲ୍ସିୟସ୍ରେ ୨୦ରୁ ୨୫ ମିନିଟ୍ ପାଇଁ ଗ୍ରିଲ୍ କରନ୍ତୁ।
ପରଟା ର୍ୟାପ୍ ପ୍ରସ୍ତୁତ କରନ୍ତୁ
-ଏକ ପାତ୍ରରେ ମଇଦା, ଲୁଣ, କର୍ଣ୍ଣଫ୍ଲୋର ଏବଂ ଘିଅ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।
-ଏଥିରେ କ୍ଷୀର ପକାଇ ଏହାକୁ ଅଟା ଭଳି ଦଳି ଦିଅନ୍ତୁ।
-ଏହି ଅଟା ଚକଟାକୁ ଟ୍ରାନ୍ସପରେଣ୍ଟ୍ ଶିଟ୍ରେ ଢାଙ୍କି ୧ ଘଣ୍ଟା ପାଇଁ ଅଲଗା ରଖି ଦିଅନ୍ତୁ।
-୧ ଘଣ୍ଟା ପରେ ସେଥିରୁ ଛୋଟ ଛୋଟ ଗୁଳା କରି ରୋଲ୍ସ ପାଇଁ ପରଟା ପ୍ରସ୍ତୁତ କରନ୍ତୁ।
-ତାଓ୍ଵାରେ ପରଟା ସେଖିବା ବେଳେ ସେଥିରେ ଗୋଟିଏ ଅଣ୍ଡା ମିଶାନ୍ତୁ।
-ଏବେ ଅଣ୍ଡା ପରଟାକୁ ଗୋଟିଏ ପ୍ଲେଟ୍ରେ ରଖି ଦିଅନ୍ତୁ ଏବଂ ତାହା ଉପରେ ମସଲା ଦେଇ ଟମାଟୋ ସସ୍ରେ ଗାର୍ନିସ୍ କରନ୍ତୁ।
-ଷ୍ଟିଫିଙ୍ଗ୍ ସହିତ ପରଟାକୁ ଆବ୍ଜୋର୍ବେଣ୍ଟ୍ ପେପର୍ରେ ରୋଲ୍ କରନ୍ତୁ।