ଅନୁଗୁଳ(କେନ୍ୟୁଜ୍): ସାତକୋଶିଆରେ ପୁଣି ଥରେ ଖୁସି ଖବର। ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡିଆଳ ଛୁଆ ଜନ୍ମ ହୋଇଛି। ସିସିଟିଭିରେ କଏଦ ହୋଇଛି ମାଆ ଓ ଛୁଆର ଫଟୋ। ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜର ରଖିଛନ୍ତି ବନବିଭାଗ କର୍ମଚାରୀ। ସେହି ଅଞ୍ଚଳକୁ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଛୁଆ ମାନଙ୍କୁ ମାଆ ଘଡିଆଳ କୁମ୍ଭୀର ଜଗ ରହିଛି।
ଦୀର୍ଘ ୪୦ ବର୍ଷ ପରେ ୨୦୨୧ ମେ ମାସରେ ଆଉ ଏକ ଘଡିଆଳ ୨୮ଟି ଛୁଆ ଜନ୍ମ କରିଥିଲା। ହେଲେ ଏବେ ଗୋଟିଏ ହେଲେ ଛୁଆର ପତ୍ତା ମିଳୁନି। କେବଳ ୪ଟି ଛୁଆକୁ ପୁରୀ କେନାଲରୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି। ଏବେ ଜନ୍ମ ନେଇଥିବା ୩୨ଟି ଛୁଆଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି।