ଏଣିକି BMCରେ ଅନଲାଇନ ହୋଲ୍ଡିଂ ଟିକସ ଦିଆଯିବ, ବିଏମସି କମିଶନର ସଞ୍ଜୟ ସିଂଙ୍କ ସୂଚନା

ଭୁବନେଶ୍ବର(କେନ୍ୟୁଜ୍‌): ଏଣିକି BMCରେ ଅନଲାଇନ ହୋଲ୍ଡିଂ ଟିକସ ଦିଆଯିବ । କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ । ଭୁବନେଶ୍ୱର ଡଟ. ମି ଆପ ଜରିଆରେ ଅନଲାଇନରେ ଏକାଧିକ ସେବା ଯୋଗାଇଆସୁଛି BMC । ଭୁବନେଶ୍ୱରବାସୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଫଳରେ ଏଣିକି ହୋଲ୍ଡିଂ ଟ୍ୟାକ୍ସ ଅଫଲାଇନ ବଦଳରେ କେବଳ ଅନଲାଇନ ମାଧ୍ୟମରେ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି BMC।

ଗତ ଆର୍ଥିକ ବର୍ଷରେ ମୋଟ ୧୫୦କୋଟି ରାଜସ୍ୱ ଆଦାୟ ମଧ୍ୟରୁ ୫୦ ଭାଗରୁ ଅଧିକ ରାଜସ୍ୱ ଅନଲାଇନ ମାଧ୍ୟମରେ ସଂଗ୍ରହ ହୋଇଛି । ଯାହା ବିଏମସି କର୍ତ୍ତୃପକ୍ଷଙ୍କୁ ଅଧିକ ପ୍ରୋତ୍ସାହିତ କରିଥିବା କହିଛନ୍ତି ବିଏମସି କମିଶନର। ସେହିଭଳି ବଡ଼ ବଡ଼ ଖିଲାପିଙ୍କ ବିରୋଧରେ ମାମଲା କରି ରାଜସ୍ୱ ଆଦାୟ କରାଯିବ । ଏହାଦ୍ୱାରା ବିଏମସିର ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ନିୟୋଜିତ ୱାର୍ଡ ଅଫିସର ଓ ଟ୍ୟାକ୍ସ କଲେକ୍ଟର ମାନଙ୍କ ସହିତ ରାଜଧାନୀବାସୀଙ୍କୁ ସହଜ ହେବ । ଅନଲାଇନ ମାଧ୍ୟମରେ ଟ୍ରାକ୍ସ ଆଦାୟ ପାଇଁ ତିନିଟି ଯୋନର ୱାର୍ଡ ଅଫିସର ଓ ଟ୍ୟାକ୍ସ କଲେକ୍ଟରମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ସହ ପରୀକ୍ଷା କରାଯାଇଛି ।

ବର୍ତ୍ତମାନ ସାର୍ଟିଫିକେଟ କେଶ କରିବା କ୍ଷମତା କେବଳ ଜୋନାଲ ଡ଼େପୁଟି କମିଶନରମାନଙ୍କର ଥିବା ବେଳେ ବିଏମସି ମୁଖ୍ୟାଳୟରେ ଥିବା ଡ଼େପୁଟି କମିଶନରମାନଙ୍କୁ କ୍ଷମତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ସେହିଭଳି କିନ୍ନର ଗୋଷ୍ଠୀଙ୍କ ମାଧ୍ୟମରେ ବଡ଼ ବଡ଼ ଖିଲାପିଙ୍କ ଠାରୁ ରାଜସ୍ୱ ଆଦାୟ ଜାରି ରହିବ ବୋଲି କହିଛନ୍ତି ବିଏମସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.