ଫିଟ୍‌ନେସ୍‌ ନଥିବା ଟ୍ରକ୍‌ରେ ବୁହା ହେଲେ ସ୍କୁଲ ପିଲା, ଲାଗିଲା ବଡ଼ ଫାଇନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲିର ବିଦ୍ୟାଳୟଗୁଡ଼ିକରେ ପିଲାଙ୍କୁ ନେବା ଆଣିବା କରିବା ପାଇଁ ଅନେକ ପ୍ରକାର ଗାଡ଼ି ରହିଛି । ଯେମିତିକି ସ୍କୁଲ ବସ୍‌, ଅଟୋରିକ୍ସା ଆଦି । ଏହା ବ୍ୟତୀତ କେହି କେହି ନିଜ ଗାଡ଼ିରେ କିମ୍ବା ପିଲାଏ ସାଇକେଲରେ ସ୍କୁଲ ଯିବା ଆସିବା କରୁଛନ୍ତି । ହେଲେ ଏ ଫଟୋଟି କହୁଛି କିଛି ଭିନ୍ନ କଥା । ଏକ ୪୦୭ ଟ୍ରକ୍‌ରେ ପିଲା ସ୍କୁଲ ଯାଉଥିବା ଦେଖା ଯାଉଛି । ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ଟ୍ରକ୍‌ରେ ସ୍କୁଲ ପିଲାଙ୍କୁ ବୋହିବା ସମୟରେ ଭୁବନେଶ୍ୱର ଆରଟିଓ-୨ ହାବୁଡ଼ରେ ପଡ଼ିଗଲା ୪୦୭ଟି । ଆଉ କଟିଲା ୩୨ ହଜାର ୫୦୦ ଟଙ୍କାର ଚାଲାଣ । ପିଲାମାନେ ଟ୍ରକ୍‌ ଡାଲାରେ ବସି ଯାଉଥିବା ବେଳେ ଚେକିଂରେ ପଡ଼ି ଯିବାରୁ ଘଟଣାଟି ସାମନାକୁ ଆସିଛି । ଏମାନେ ଅତି ବିପଦପୂର୍ଣ୍ଣ ଭାବରେ କିଏ ଟ୍ରକ୍‌ ଡଲାର ଧାରରେ ତ କିଏ ଟିକେ ଭିତରେ ବସିଥିଲେ ।

ଆହୁରି ମଧ୍ୟ କହି ରଖୁଛୁ କି ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଏହି ମାଲବାହୀ ୪୦୭ର ଫିଟ୍‌୍‌ନେସ୍ ନାହିଁ କି ପରିମିଟ୍ ବି ନାହିଁ ।ଆହୁରି ମଧ୍ୟ ଲାଇସେନ୍ସ ମଧ୍ୟ ନାହିଁ । ଡ୍ରାଇଭର ନାଁ ବିରଞ୍ଚି ଜେନା ବୋଲି ଜଣାପଡ଼ିଛି । ପରିବହନ ବିଭାଗ ପକ୍ଷରୁ ଗାଡ଼ିଟିକୁ ଜବତ କରାଯାଇଛି ।

407 truck

ତେବେ ଟ୍ରକ୍‌ବାଲା କେମିତି ଏଭଳି ସାହସ କରି ପାରିଲା ? ଯଦି କିଛି ଅଘଟଣ ଘଟିଥାନ୍ତା ତାହା ହେଲେ ଦାୟୀ କିଏ ହୋଇଥାନ୍ତା । ଏଥିରେ ପିଲାଙ୍କର ଦୋଷ ନୁହେଁ ଟ୍ରକ୍‌ ଚାଳକଙ୍କର ପୂରା ଦୋଷ ରହିଛି । ଆମେ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରିବୁ କି ପିଲାମାନଙ୍କ ଉପରେ କଡ଼ା ନଜର ରଖିବେ । କାହିଁକି ନା ସେମାନେ ଅଜାଣତରେ ଯେଉଁ ଭୁଲ କରିବ ବସୁଛନ୍ତି ତାହା କେବେ କେବେ ବଡ଼ ଦୁର୍ଘଟଣା ଘଟାଇବାର ଆଶଙ୍କା ରହିଛି ।

 

chalan

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.