ନୂଆ ଶିକ୍ଷା ବର୍ଷରୁ ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ପଢିବେ ବିପର୍ଯ୍ୟୟ ପରିଚାଳନା ପାଠ: ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଛାତ୍ରଛାତ୍ରୀ ଶିଖିବେ ଦୁର୍ବିପାକ ମୁକାବିଲା କୌଶଳ। ନୂଆ ଶିକ୍ଷାବର୍ଷରୁ ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ବିପର୍ଯ୍ୟୟ ପରିଚାଳନାର ପାଠ ପଢିବେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ପ୍ରସ୍ତୁତ କରୁଛି। ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ।

ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଠ୍ୟ ପୁସ୍ତକ ଲାଗି SCERTକୁ ଦାୟିତ୍ୱ ଦିଆଯାଇଥିବାବେଳେ ମାଧ୍ୟମିକସ୍ତର ପାଇଁ BSE ଓ ଉଚ୍ଚ ମାଧ୍ୟମିକ ସ୍ତର ପାଇଁ CHSEକୁ ଦାୟିତ୍ୱ ଦିଆଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.