ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ: ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌

ମାଲକାନଗିରି(କେନ୍ୟୁଜ୍‌): ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ। ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌। ଫଳରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଏଭଳି ବଡ ଧରଣର ଯୋଜନାକୁ ପଣ୍ଡ କରିଛନ୍ତିି ଯବାନ୍‌।

ବିଜାପୁର ଜିଲ୍ଲା ପାମଲା ଥାନା ଅନ୍ତର୍ଗତ ବାଙ୍ଗୋଲ ଗାଁ ନିକଟରେ ନିର୍ମାଣ ହେଉଥିବା ଏକ ବ୍ରିଜକୁ ସୁରକ୍ଷା ଦେବାକୁ ଯିବାବେଳେ ୧୬୫ CRPF ବାଟାଲିୟନର ଜବାନ୍‌ ପ୍ରେସର କୁକୁର ବୋମା ଉଦ୍ଧାର କରିଛନ୍ତି। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ପୋଲିସକୁ ଟାର୍ଗେଟ କର ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.