ଦିପୁ ଓମ୍‌ ହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେଲେ ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ

କଟକ(କେନ୍ୟୁଜ୍‌): ଦିପୁ ଓମ୍‌ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ। କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଛି। ଗତକାଲି ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ଆଜି ଏହାର ଶୁଣାଣି କରାଯିବ।

ଏହି ମାମଲାରେ ଆଜି ସାକ୍ଷଗ୍ରହଣ କରାଯିବ। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷଗ୍ରହଣ କରାଯିବ। ଗତକାଲି ଏହି ପ୍ରକ୍ରିୟା ଅଧା ରହିଥିଲା। ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଓ ଓମ୍‌ଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନାଧିକାରୀ ଘଟଣାର ତଦନ୍ତ କରୁଥିଲେ। ଦିପୁ ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷଗ୍ରହଣ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.