ସେବାର ମନ ବୃତ୍ତି ନେଇ ରାଜ୍ଯର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ

 (କେନ୍ୟୁଜ):ଆଜି ହେଉଛି ଆନ୍ତର୍ଜାତୀୟ “ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ” । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ ହୋଇଯାଇଛି । ଏହି ଦିବସର ବାର୍ତ୍ତା ପହଞ୍ଚାଇବା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଆଗେଇ ଆସିଛନ୍ତି । କନ୍ଧମାଳ ସାଂସଦ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କର ଏ ହେଉଛି ନିଜସ୍ୱ ପରିକଳ୍ପନା । ତାଙ୍କରି ବ୍ୟକ୍ତିଗତ ପ୍ରୟାସରେ ଆଜିର ଦିନରେ ଏହି ଦିବସ ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ ହୋଇଆସୁଛି । ଏହି କ୍ରମରେ ବ୍ରହ୍ମପୁର ସରକାରୀ ବାଳିକା ତେଲୁଗୁ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି ।

bramhapur

ଏଥିରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ବିସ୍କେଟ, ଚକୋଲେଟ୍ , ପେନ ଓ ଖାତା ପ୍ରଦାନ କରାଯାଇଥିଲା । କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦୁର୍ଗା ପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମର 14 ନମ୍ୱର ୱାର୍ଡ କର୍ପୋରେଟର ଗୀତାରାଣୀ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ ଓ ଶିକ୍ଷୟତ୍ରୀ ୱାଇ. କଲ୍ପନା, ଅରୁଣା ରାଓ , ଶିକ୍ଷକ ସୁନିଲ ଜେନାଙ୍କ ସମେତ କଳିଙ୍ଗ ଟିଭି ବ୍ରହ୍ମପୁର କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ତେବେ ଏଭଳି ଏକ କାର୍ଯ୍ୟକ୍ରମରେ ଅତିଥିମାନେ ସାମିଲ ହୋଇଥିବାରୁ ନିଜେ ଖୁସି ପ୍ରକଟ କରିବା ସହ ଧନ୍ୟ ମନେ କରିଥିବା ପ୍ରତିକ୍ରିୟା ରଖିଛନ୍ତି ।

କଟକ ପୋପରଡା ସ୍ଥିତ ବେଲେଶ୍ୱର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ”

କଟକ ପୋପରଡା ସ୍ଥିତ ବେଲେଶ୍ୱର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ ଦିବସ । ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସୁସାହିତ୍ୟିକା ଡକ୍ଟର ସ୍ନେହାଶ୍ରି ସ୍ୱଇଁ ଯୋଗ ଦେଇଥିଲେ । କିଟ ବିଶ୍ୱବିଦ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀ ଜେ.କେ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖାତା, ପେନ,କଲର ପେନସିଲ ବଣ୍ଟନ କରାଯାଇଥିଲା । ସାର୍ତ୍ତଳ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ କଟକ ଜିଲ୍ଲା ଉପକଣ୍ଠ ମୁଣ୍ଡଳୀ NDRF ଥାର୍ଡ ବାଟାଲିଅନ୍‌ କଟକରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଶୋକ ପାଣ୍ଡେ ଜିଙ୍କ ଦ୍ୱାରା NDRF ପରିସର ଭିତରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶେଷରେ ଅଶୋକ ପାଣ୍ଡେ ଜି ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏକ ଫଟୋ NDRF ଥାର୍ଡ ବାଟାଲିଅନ୍‌ କମାଣ୍ଡାଣ୍ଟଙ୍କୁ ପ୍ରଦାନ କରାଯାଇଥିଲା।

ବଲାଙ୍ଗିର ଜିଲ୍ଲାରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ବଲାଙ୍ଗିର ଜିଲ୍ଲାରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଛି । ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାଲେର ସରପଂଚ ପ୍ରଦୀପ ନନ୍ଦ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରମୋଦ ସାହୁ, ଆଇନଜୀବୀ ପ୍ରିୟରଞ୍ଜନ ବହୀଦାର ଯୋଗଦେଇଥିଲେ ।

art

ଏହି ଅବସରରେ ବୃକ୍ଷ ରୋପଣ କରିବା ସହ ପିଲାଙ୍କୁ ପେନ, ଖାତା, ବିସ୍କୁଟ ଓ ମିଠା ବଣ୍ଟନ କରାଯାଇଥିଲା । ଏହା ସହ କିଟ୍‌ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଛନ୍ତି ।

ଭଦ୍ରକରେ ଜିଲ୍ଲାରେ ବି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ପାଳିତ

ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ । ଏହି ଉପଲକ୍ଷେ କିଟ୍‌ ଭଦ୍ରକ ଟିମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମେ କୋର୍କରାଠାରେ ଯୋଗ ଦିବସର ଆୟୋଜନ କରାଯାଇଥିଲା । ପରେ ବିନାୟକ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟ ଯୁଗ୍ମ ନିର୍ଦେଶକ ସ୍ନେହାଶିଷ ରାଉତ, ଅସିନୀ ପତି,ଦୀପକ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଡ଼ ଅଚ୍ୟୁତ ସାମନ୍ତ ଯେଭଳି ସେବା ଓ ଦେବାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ସେଥିରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ କହିଥିଲେ ।

b

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରଙ୍ଗିଆଟିକରା ଗାଁରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଛି । କିସ୍‌ ଶିକ୍ଷାନୁଷ୍ଠାନ ଅଭିଭାବକ ସଂଘ ପକ୍ଷରୁ ଏହା ପାଳିତ ହୋଇଛି । ଅଭିଭାବକ ସଂଘ ସଭାପତି କ୍ଷୀରୋଦ କିଷାନ, ସମ୍ପାଦକ ପ୍ରହିତ କିଷାନ ଏବଂ ଅବିଭାବକ ବୃନ୍ଦଙ୍କ ଉପସ୍ଥିତିରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଗରିବ ଛାତ୍ରଛାତ୍ରୀଙ୍କୁ ଖାତା ଓ ପେନ୍‌ ବଣ୍ଟନ କରାଯାଇଥିଲା ।

s

ପୁରୀ ଜିଲ୍ଲା ପିପିଲି କଣାସରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ପୁରୀ ଜିଲ୍ଲା ପିପିଲି ଜିଲ୍ଲା କଣାସ ସରକାରୀ ହାଇସ୍କୁଲ ପରିସରରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବରେ କିଟ୍‌ର ଉପଦେଷ୍ଟା ଶଶାଙ୍କ ଚୂଡ଼ାମଣି, କଣାସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡମ୍ବରୁଧର ଛୁଆଲସିଂହ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

pp

ପୁରୀ ଜିଲ୍ଲା ପିପିଲି ଡେଲାଙ୍ଗ ବ୍ଲକ ମୁନିଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ହାଇସ୍କୁଲ ପରିସରରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଛି । ଏଥିରେ ଅତିଥି ଭାବରେ କିଟ୍‌ର ଉପଦେଷ୍ଟା ଶଶାଙ୍କ ଚୂଡ଼ାମଣି, ବିଶ୍ୱମୁକ୍ତିର କାର୍ଯ୍ୟନିର୍ବାହୀ ଅଧିକାରୀ ସବିତା ଦାସ, ମୁନିଦା ସରପଞ୍ଚ ଶେଷଦେବ ବାରିକ ଯୋଗ ଦେଇଥିଲେ ।

ଯାଜପୁର ଜିଲ୍ଲା ବଡ଼ଚଣାରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ପଞ୍ଚାୟତ କାଇମାଟିଆରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ। ଏହି ଅବସରରେ କୁନି କୁନି ପିଲାଙ୍କୁ ଖାଦ୍ୟ, ପାଠ୍ୟ ଉପକରଣ ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

12

ଜୟପୁରରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ଜୟପୁର ସମେତ ବୋରିଗୁମା, କୁନ୍ଦୁରା,ବୈପାରୀଗୁଡା ଓ କୋଟପାଡରେ ପାଳିତ ହୋଇଛି । ଜୟପୁର ଇରିଗେସନ କଲୋନୀର ହାଇସ୍କୁଲ ପରିସରରେ ଆର୍ଟ ଅଫଗିଭିଙ୍ଗ ଡେ ପାଳିତ ହୋଇଛି । କୋଟପାଡ କିସ୍‌ ଅଭିଭାବକ ସଂଘ କିସ୍‌ ଫାଉଣ୍ଡେସନର ସଦସ୍ୟ ମାନେ ନାରାହାଣ୍ଡି ଠାରେ କୁନି କୁନି ପିଲାଙ୍କୁ ଉପହାର ପ୍ରଦାନ କରିଥିଲେ ।

raikia

କନ୍ଧମାଳ ଜିଲ୍ଲା ରାଇକିଆରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ

କନ୍ଧମାଳ ଜିଲ୍ଲା ରାଇକିଆରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ । ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଉଦାରତାର ଅନନ୍ୟ ପ୍ରତିଫଳନକୁ ନେଇ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ସାଂସଦଙ୍କ ବ୍ଲକ୍‌ ପ୍ରତିନିଧି ଟୁକୁନା ପାଣିଗ୍ରାହୀ ଓ ବ୍ଲକ ସଂଯୋଗ ସୁରତ ନାୟକଙ୍କ ତତ୍ତ୍ୱାବଧାନରେ ରାଇକିଆ ଏସ୍‌ଟି କାଥାରିନା ସ୍କୁଲର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ, ପେନ୍‌, ପେନସିଲ୍‌ ପ୍ରଦାନ କରାଯାଇଛି ।

ବରଗଡ ଜିଲ୍ଲା ବରପାଲି ବ୍ଲକରରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ

କିସ୍‌ ବରଗଡ ଶାଖା ପକ୍ଷରୁ ବରଗଡ ଜିଲ୍ଲା ବରପାଲି ବ୍ଲକର ଗ୍ରିଣ୍ଡୋଳା ସେବାଶ୍ରମ ବିଦ୍ୟାଳୟଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିବେଶବିତ ରଘୁନାଥ ପଧାନ,ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁଦେବ ବନଛୋର,କିସ୍‌ ଜିଲ୍ଲା ଅଭିଭାବକ ସଂଘର ସମ୍ପାଦକ ତ୍ରିଲୋଚନ ଭୁଏ, ସାମ୍ବାଦିକ ବାଲାଜୀ ବିଭୁରଞ୍ଜନ ତରାସିଆ ପ୍ରମୁଖ ଯୋଗଦେଇଥିଲେ । କିସ୍‌ ଜିଲ୍ଲା ସଂଯୋଜକ ନିକାଶ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ray

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ମହିପଙ୍ଗା ଏବଂ ଗୁଡାରୀ ବ୍ଲକ୍‌ରେ ଆର୍ଟ ଅଫ ଗିଭିଂ ପାଳିତ ହୋଇଛି । କିସ ଅନୁଷ୍ଠାନର ଜିଲ୍ଲା ସଭାପତି ତଥା ସଂଯୋଜକ ବୁଡୁ କଣ୍ଡାଗରୀ ଏବଂ ଘାସିରାମ ସାମୁଟୀକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାମନାଗୁଡାକ ଯୋନ ଜିଲ୍ଲା ପରିଷଦ ସଭ୍ୟ ତାଂଗୁଡୁ ଶ୍ରୀଧର ଯୋଗ ଦେଇଥିବା ବେଳେ ଗୁଡାରୀ ଠାରେ ସ୍ଥାନୀୟ ବରିଷ୍ଠ ସାମାଜସେବୀ ଗଣପତି ପାଠି ପ୍ରମୁଖ ଯୋଗ ଦେଇଥିଲେ । ପରେ ଗାଁରେ ବୃକ୍ଷ ରୋପଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.