ବିଶ୍ୱର ସବୁଠୁ ବଡ଼ ଧନୀ ବିଲ ଗେଟ୍ସ ବ୍ୟବହାର କରନ୍ତି ଏହି ସ୍ମାର୍ଟଫୋନ୍
ମାଇକ୍ରୋସପ୍ଟର ମାଲିକ ହୋଇ ମଧ୍ୟ ଟେକ୍ନୋଲୋଜି ଦୁନିଆର ସଂସ୍ଥାପକ ବିଲ ଗେଟ୍ସ ବ୍ୟବହାର କରୁଥିବା ନିଜର ସ୍ମାର୍ଟଫୋନ୍ ସାମସଙ୍ଗ ବୋଲି କହିଛନ୍ତି । ଏହି ସପ୍ତାହରେ ଗେଟ୍ସ କହିଛନ୍ତି ଯେ ସେ ସାମସଙ୍ଗର ଜେଡ ପ୍ଲସ ୩ ସ୍ମାର୍ଟଫୋନ ବ୍ୟବହାର କରନ୍ତି ।
ରିପୋର୍ଟ ଅନୁଯାୟୀ ଏହା ଏକ ଆଶ୍ଚର୍ଯ୍ୟର କଥା ଯେ ବିଲ ଗେଟ୍ସ ଏକ ଏଣ୍ଡ୍ରଏଡ୍ ଫୋନ ବ୍ୟବହାର କରନ୍ତି । ଫୋଲ୍ଡ ଡିସପ୍ଲେ ଯୋଗୁ ସେ ଏହାକୁ ‘ପୋଟେବଲ ପିସି’ ଭାବେ ବ୍ୟବହାର କରନ୍ତି । ତେବେ ଏଥିରେ ଆଉ କିଛି ନାହିଁ ବୋଲି ଗେଟ୍ସ କହିଛନ୍ତି ।
ସେ କହିଛନ୍ତି ଯେ ସାମସଙ୍ଗର ଡିଭାଇସ ସେ ଏହି ପାଇଁ ବ୍ୟବହାର କରୁଛନ୍ତି କାରଣ ମାଇକ୍ରୋସପ୍ଟ ସହ ସାମସଙ୍ଗର ଇଣ୍ଟିଗ୍ରେଟ କରିବାପାଇଁ ଭଲ ସୁବିଧା ରହିଛି । ୨୦୨୧ରେ କ୍ଲବହାଉସରେ ଏକ ସାକ୍ଷାତକାର ଦେଇ ଗେଟ୍ସ କହିଥିଲେ ଯେ କିଛି ଆଣ୍ଡ୍ରଏଡ ନିର୍ମାତା ମାଇକ୍ରୋସପ୍ଟ ସହ ପ୍ରି-ଇନ୍ଷ୍ଟାଲ କରିଥାନ୍ତି ।
ଭାରତରେ Galaxy Z Fold3 5G ର ଦୁଇଟି ଭାରିଏଣ୍ଟ ରହିଛି । ଗୋଟିଏ ଭାରିଏଣ୍ଟରେ ୧୨ ଜିବି ର୍ୟାମ ସହିତ ୨୫୬ ଜିବିର ଇଣ୍ଟରନାଲ ମେମୋରି ଦିଆଯାଇଛି । ଯାହାର ଦାମ ୧,୪୯,୯୯୯ ଟଙ୍କା ରହିଛି । ସେହିପରି ଅନ୍ୟ ଭାରିଏଣ୍ଟରେ ୧୨ ଜିବି ର୍ୟାମ ସହ ୫୧୨ ଜିବି ଇଣ୍ଟରନାଲ ମେମୋରି ଦିଆଯାଇଛି । ଯାହାର ମୂଲ୍ୟ ରହିଛି ୧, ୫୭,୯୯୯ ଟଙ୍କା ।