ମୃତ ଝିଅର ଶବ ସହ ମା’ ଶୋଇଲା ଚାରି ଦିନ, ଶବକୁ ଦେଖି ଲୋକେ ଆଶ୍ଚର୍ଯ୍ୟ
ମା’ର ମମତା ଠାରୁ ବଳି ଏ ଦୁନିଆରେ ଆଉ କିଛି ନାହିଁ। ଗୋଟେ ମା ପାଇଁ ତା ଛୁଆ କ’ଣ ସେହି କେବଳ ଜାଣିଛି। ଏ ଦୁନିଆରେ ପ୍ରତ୍ୟେକ ନିଜ ଜୀବନ ଠାରୁ ଅଧିକ ନିଜ ସନ୍ତାନକୁ ଅଧିକ ଭଲ ପାଆନ୍ତି। ଏମିତିକି ଗୋଟେ ମା ତାର ଛୁଆ ପାଇଁ କିଛି ବି କରି ପାରେ। ଠିକ୍ ଏମିତି କିଛି ଘଟଣା ଘଟିଛି କର୍ଣ୍ଣାଟକରେ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
କର୍ଣାଟକର ମାଣ୍ଡ୍ୟା ଜିଲ୍ଲାର ଜଣେ ମା ନିଜ ଝିଅର ମୃତ୍ୟୁ ପରେ ତାଙ୍କ ମୃତଦେହ ସହିତ ରହିଥିଲେ ଚାରିଦିନ। ଖବର ଅନୁଯାୟୀ ହାଲାହାଲୀ ଗ୍ରାମରେ ରହୁଥିବା ଜଣେ ବୃଦ୍ଧ ମହିଳା ତାଙ୍କ ଝିଅର ମୃତଦେହ ସହିତ ୪ ଦିନ ଶୋଇ ରହିଥିଲେ। ନିଜ ଝିଅର ଶବକୁ ସେ କାହାକୁ ଦେଇ ନଥିଲେ କି ଝିଅର ମାରିବା ଖବର ମଧ୍ୟ ସେ କାହାକୁ କହି ନଥିଲେ।
ପରେ ଶବ ଗନ୍ଧ ହେବା ପରେ ଲୋକମାନେ ସନ୍ଦେହ କରି କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସେମାନେ ଭାବୁଥିଲେ ଏହା ଏକ ମୃତ ପଶୁର ଗନ୍ଧ। କିନ୍ତୁ ଯେତେବେଳେ ଘର ଖୋଲି ମା ଏବଂ ଝିଅକୁ ଏକା ସହ ଦେଖିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମୃତ ଝିଅର ଶବ ସହ ଶୋଇ ରହିଥିଲl ବୃଦ୍ଧ ମା। ଏହା ପରେ ପୋଲିସ ମଧ୍ୟ ଆସିଥିଲା ଓ ତଦନ୍ତ କରିଥିଲା। ଯାହା ଅନୁଯାୟୀ ବୃଦ୍ଧ ମହିଳାଙ୍କ ଝିଅର ଘରେ ହିଁ ମୃତ୍ୟୁ ହୋଇଛି କିନ୍ତୁ ସେ କଣ ପାଇଁ ମରିଛି ତାହା ଜଣା ପଡିନାହିଁ। ବୃଦ୍ଧ ମା ମଧ୍ୟ ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା। ଝିଅର ବିବାହ ୧୦ ବର୍ଷ ପୂର୍ବରୁ ହୋଇଥିଲା କିନ୍ତୁ ସେ ପରେ ସ୍ୱାମୀଙ୍କଠାରୁ ଅଲଗା ହୋଇ ତାଙ୍କ ମାଙ୍କ ସହ ରହୁଥିଲେ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏବଂ ପୋଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ ନିଜ ଝିଅକୁ ନିଜ ଠାରୁ ଅଲଗା କରିବାକୁ ଚାହୁଁ ନଥିଲେ ବୃଦ୍ଧା ଜଣଙ୍କ। ଯାହା ପାଇଁ ସେ ମୃତ ଶବ ସହ ରହିଥିଲେ।