Below header

୬୦୦୦mah ବ୍ୟାଟେରୀ ସହ ୪ଜିବି RAM ଥିବା ଫୋନ କିଣନ୍ତୁ ମାତ୍ର ୭୪୯ ଟଙ୍କାରେ, ୫ଟି ବେଷ୍ଟ ଫୋନ୍‌

ନୂଆ ଫୋନ୍‌ କିଣିବାକୁ ପ୍ଲାନ୍‌ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ବଢ଼ିଆ ମୌକା। ଆମେ ଆଜି ଆପଣଙ୍କୁ କିଛି ବ୍ରାଣ୍ଡେଡ୍‌ ସ୍ମାର୍ଟଫୋନ୍‌ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଫ୍ଲିପକାର୍ଟରେ ମାତ୍ର ୭୪୯ ଟଙ୍କାରେ ମିଳିପାରିବ। ଏହି ଅଫର ଲିଷ୍ଟରେ ସାମିଲ ସମସ୍ତ ଫୋନରେ ୪ଜିବି RAM ଏବଂ ୬୪ ଜିବି ଷ୍ଟୋରେଜ୍‌ ସହିତ ୬୦୦୦mah ର ବଡ ବ୍ୟାଟେରୀ ଏବଂ ୫୦ଏମପି ପର୍ଯ୍ୟନ୍ତ ଦମଦାର କ୍ୟାମେରା ମିଳିବ। ଆମେ କହୁଥିବା ଏହି ଫୋନ୍‌ ଲିଷ୍ଟରେ ରିୟଲମି, ସାଓମି ଏବଂ ପୋକୋ ସମତେ ୫ଟି ପପୁଲାର ବ୍ରାଣ୍ଡସର ସ୍ମାର୍ଟଫୋନ୍‌ ସାମିଲ ରହିଛି। ଯାହାକୁ ଆପଣ କେବଳ ୭୪୯ ଟଙ୍କାରେ କିଣିପାରିବେ। ତାହେଲେ ଆସନ୍ତୁ ସେହି ଫୋନ୍‌ ବିଷୟରେ ଜାଣିବା।

Infinix HOT 12 Play

ଫ୍ଲିପକାର୍ଟ ଲିଷ୍ଟିଙ୍ଗ୍‌ ଅନୁଯାୟୀ ଇନଫିନିକ୍ସ ହଟ୍‌ ୧୨ ପ୍ଲେର ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଏମଆରପି ରହିଛି ୧୧,୯୯୯ ଟଙ୍କା। କିନ୍ତୁ ଏହି ଫୋନ୍‌ ୨୯% ଡିସକାଉଣ୍ଟ ସହିତ ମାତ୍ର ୮,୪୯୯ ଟଙ୍କାରେ ମିଳୁଛି। ଏହାବ୍ୟତୀତ ଫୋନରେ ଅନେକ ବ୍ୟାକିଙ୍ଗ ଅଫର ମଧ୍ୟ ମିଳୁଛି। ସବୁଠୁ ଖାସ୍‌ କଥା ହେଉଛି ୭,୭୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସର ମଧ୍ୟ ଲାଭ ଉଠାଇପାରିବେ ଆପଣ। ଯଦି ଆପଣଙ୍କୁ ପୂରା ଏକ୍ସଚେଞ୍ଜ ବୋନସର ଲାଭ ମିଳିଯିବ ତାହେଲେ ଇନଫିନିକ୍ସ ହଟ ୧୨ ପ୍ଲେକୁ ମାତ୍ର ୭୪୯ ଟଙ୍କାରେ କିଣିପାରିବେ। ଫୋନରେ ୬.୮୨ ଇଞ୍ଚର ଡିସପ୍ଲେ, ୧୩ଏମପି ଡୁଆଲ ରିୟର କ୍ୟାମେରା ସେଟଅପ୍‌, ୮MP ସେଲଫି କ୍ୟାମେରା ଏବଂ ୬୦୦୦mah ବ୍ୟାଟେରୀ ରହିଛି।

Realme Narzo 50A

ଫ୍ଲିପକାର୍ଟରେ ରିୟଲମି ନାରଜୋ ୫୦ଏ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଏମଆରପି ରହିଛି ୧୨,୯୯୯ ଟଙ୍କା। କିନ୍ତୁ ୧୧% ଡିସକାଉଣ୍ଟ ହେବା ପରେ ଏହା ୧୧,୪୯୯ରେ ମିଳୁଛି। ଏହାବ୍ୟତୀତ ଫୋନରେ ଅନେକ ବ୍ୟାକିଙ୍ଗ୍‌ ଅଫର ଏବଂ ଫ୍ରିବିଜରେ ମିଳୁଛି। ଖାସ୍‌ କଥା ହେଉଛି ଫୋନରେ ୧୦,୭୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସର ଲାଭ ମଧ୍ୟ ଉଠାଇପାରିବେ। ଆଉ ଯଦି ପୁରା ଏକ୍ସଚେଞ୍ଜ ବୋନସ ଆପଣଙ୍କୁ ମିଳିଗଲା ତାହେଲେ ରିୟଲମି ନାରଜୋ ୫୦ଏ କୁ ଆପଣ ମାତ୍ର ୭୪୯ ଟଙ୍କାରେ କିଣିପାରିବେ। ଫୋନରେ ୬.୫ ଇଞ୍ଚର ଡିସପ୍ଲେ, ୫୦ଏମପି ଟ୍ରିପଲ ରିୟର କ୍ୟାମେରା ସେଟଅପ, ୮ଏମପି ସେଲଫି କ୍ୟାମେରା ଏବଂ ୬୦୦୦ମାହ ବ୍ୟାଟେରୀ ରହିଛି।

Redmi 10

ଫ୍ଲିପକାର୍ଟରେ ରେଡମି ୧୦ର ୪ଜିବି RAM ଏବଂ ୬୪ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଏମଆରପି ୧୪,୯୯୯ ଟଙ୍କା ରହିଛି କିନ୍ତୁ ଫୋନ ୩୦% ଡିସକାଉଣ୍ଟ ପରେ ଆପଣଙ୍କୁ ମାତ୍ର ୧୦,୪୯୯ ଟଙ୍କାରେ ମିଳିଯିବ। ଏହାବ୍ୟତୀତ ଫୋନରେ ଅନେକ ବ୍ୟାକିଙ୍ଗ ଅଫର ଏବଂ ଫ୍ରିବିଜ୍‌ ମଧ୍ୟ ମିଳୁଛି। ଖାସ୍‌ କଥା ହେଉଛି ଫୋନରେ ୯,୭୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ। ଏକ୍ସଚେଞ୍ଜ ବୋନସ୍‌ ଯଦି ପୂରା ମିଳିଗଲା ତାହେଲେ ଆପଣ ରେଡମି ୧୦କୁ ମାତ୍ର ୭୪୯ ଟଙ୍କାରେ କିଣିପାରିବେ। ଫୋନରେ ୬.୭ ଇଞ୍ଚର ଡିସପ୍ଲେ, ୫୦ଏମପି ଡୁଆଲ ରିୟର କ୍ୟାମେରା ସେଟଅପ୍‌, ୫ଏମପି ସେଲଫି କ୍ୟାମେରା ଏବଂ ୬୦୦୦ ବ୍ୟାଟେରୀ ରହିଛି।

POCO C31

ଫ୍ଲିପକାର୍ଟରେ ପୋକୋ ସି୩୧ର ୪ଜିବି RAM ଏବଂ ୬୪ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଏମଆରପି ୧୧,୯୯୯ ଟଙ୍କା ରହିଛି, କିନ୍ତୁ ଫୋନ୍‌ ୧୬% ଡିସକାଉଣ୍ଟ ସହିତ ମାତ୍ର ୯,୯୯୯ ଟଙ୍କାରେ ମିଳୁଛି। ଏହାବ୍ୟତୀତ ଫୋନରେ ଅନେକ ବ୍ୟାକିଙ୍ଗ ଅଫର ଏବଂ ଫ୍ରିବିଜ୍‌ ମିଳୁଛି। ଖାସ୍‌ କଥା ହେଉଛି ଫୋନରେ ୯,୨୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସର ମଧ୍ୟ ଲାଭ ଉଠାଇପାରିବେ। ଯଦି ଏକ୍ସଚେଞ୍ଜ ବୋନସର ଲାଭ ମିଳୁଛି ତାହେଲେ ପୋକୋ ସି୩୧କୁ ମାତ୍ର ୭୪୯ ଟଙ୍କାରେ କିଣିପାରିବେ। ଫୋନରେ ୬.୫୩ ଇଞ୍ଚର ଡିସପ୍ଲେ, ୧୩ ଏମପି ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌, ୫ଏମପି ସେଲଫି କ୍ୟାମେରା ଏବଂ ୫୦୦୦ମାହ ବ୍ୟାଟେରୀ ରହିଛି।

Motorola G22

ଫ୍ଲିପକାର୍ଟରେ Motorola G22ର ୪ଜିବି RAM ଏବଂ ୬୪ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଏମଆରପି ୧୩,୯୯୯ ଟଙ୍କା ରହିଛି, କିନ୍ତୁ ୨୧% ଡିସକାଉଣ୍ଟ ପରେ ଏହାକୁ ଆପଣଙ୍କୁ ମାତ୍ର ୧୦,୯୯୯ ଟଙ୍କାରେ ମିଳିଯିବ। ଏହାବ୍ୟତୀତ ଫୋନରେ ଅନେକ ବ୍ୟାକିଙ୍ଗ ଅଫର ଏବଂ ଫ୍ରିବିଜ ମଧ୍ୟ ମିଳୁଛି। ଆଉ ଏହି ଫୋନରେ ୧୦,୨୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସର ମଧ୍ୟ ଲାଭ ଉଠାଇପାରିବେ। ଯଦି ପୂରା ଏକ୍ସଚେଞ୍ଜ ବୋନସର ଲାଭ ମିଳୁଛି ତାହେଲେ ମୋଟୋରୋଲା ଜି୨୨କୁ ମାତ୍ର ୭୪୯ ଟଙ୍କାରେ କିଣିପାରିବେ। ଫୋନରେ ୬.୫ ଇଞ୍ଚର ଡିସପ୍ଲେ, ୫୦ଏମପି କ୍ୱାଡ ରିୟର କ୍ୟାମେରା ସେଟଅପ୍‌, ୧୬ଏମପି କ୍ୟାମେରା ଏବଂ ୫୦୦୦ମାହ ବ୍ୟାଟେରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.