ଅର୍ଥତତ୍ତ୍ୱ ଗ୍ରୁପ ସହ ଟଙ୍କା କାରବାର ନେଇ ପ୍ରଭାତ ତ୍ରିପାଠୀଙ୍କୁ ଇଡିର ମାରାଥନ ଜେରା

ଭୁବନେଶ୍ୱର (କେନ୍ୟୁଜ୍‌) : ଅର୍ଥତତ୍ତ୍ୱ ଗ୍ରୁପ ସହ ଟଙ୍କା କାରବାର ନେଇ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କୁ ଇଡିର ମାରାଥନ ଜେରା। ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ଜେରା ପରେ ବାହାରିଲେ ପ୍ରଭାତ ।

ଅର୍ଥତତ୍ତ୍ୱ ଗ୍ରୁପ ସହ ଟଙ୍କା କାରବାର ନେଇ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ତାଙ୍କୁ ପଚରା ଉଚରା କରୁଥିଲେ। ଅର୍ଥତତ୍ତ୍ୱ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଓ ୪୨ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ ତାରିଖରେ ଗିରଫ ହୋଇଥିଲେ ପ୍ରଭାତ । ୨୦୧୫ ମାର୍ଚ୍ଚରେ ତାଙ୍କୁ ଜାମିନ ମିଳିଥିଲା । ୨୦୧୯ରେ ସେ ଇଡିରେ ହାଜର ହୋଇଥିଲେ। ପୁଣି ଆଜି ସକାଳ ୧୦ଟାରୁ ଆର୍ଥିକ କାରବାର ନେଇ ପଚାରିଛନ୍ତି ଇଡିର ଏକ ୫ ଜଣିଆ ଟିମ। ପୁରୁଣା ଘଟଣା ଉପରେ ଅନେକ ପ୍ରଶ୍ନର ସାମ୍ନା କରିଛନ୍ତି ପ୍ରଭାତ।

Leave A Reply

Your email address will not be published.