Below header

ମାଲାୟାଲାମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମାଲାୟାଲାମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ତାଙ୍କ ନାଁରେ ଏପରି ଅଭିଯୋଗ ଉଠିବା ପରେ ବୁଧବାର ବିଜୟ ବାଇରୁ ଆସି କୋଚିରେ ପହଂଚିଛନ୍ତି । କେରଳ ଉଚ୍ଚ ନ୍ୟାୟାଳୟ ତାଙ୍କ ନାଁରେ ଆଗୁଆ ଗିରଫ ପରୱାନା ଜାରି କରିବା ପରେ ଓ ଜୁନ ୨ ତାରିଖ ପୂର୍ବରୁ ତାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେବାର ଦିନକ ପରେ ଅର୍ଥାତ ବୁଧବାର ବିଜୟ ଦୁବାଇରୁ ଆସି କୋଚିରେ ପହଂଚିଛନ୍ତି । ସୂତ୍ରରୁ ଜଣାଯାଇଛିକି ସେ ନିକଟସ୍ଥ ପୋଲିସ ଷ୍ଟେସନରେ ହଜାର ମଧ୍ୟ ହୋଇଛନ୍ତି । ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ବିଜୟ ବାବୁ ପ୍ରକାଶ କରିଛନ୍ତିକି ତାଙ୍କର ଭାରତୀୟ ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସେ ଆଗକୁ ମଧ୍ୟ ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଖୁବ ଶୀଘ୍ର ସତ କଣ ତାହା ପଦାକୁ ଆସିବ ବୋଲି ବିଜୟ ପ୍ରକାଶ କରିଛନ୍ତି ।

କହିରଖିବା ଉଚିତ ହେବକି, ମଙ୍ଗଳବାର ଜଷ୍ଟିସ ବେଚୁ କୁରିଆନ ଥୋମାସଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ ଖଣ୍ଡପୀଠ ଗୁରୁବାର ପର୍ଯ୍ୟନ୍ତ ବିଜୟଙ୍କୁ ଗିରଫ ନକରିବାକୁ ଶୁଣାଣିରେ କହିଥିଲେ । ଗୁରୁବାର ତାଙ୍କ ଆଗୁଆ ଜାମିନ ଅବବେଦନର ଶୁଣାଣି ହୋଇଥିଲା । ଶୁକ୍ରବାର ଅର୍ଥାତ ଆଜି ଅଧିକ ପଚରାଉଚୁରା ପାଇଁ ବିଜୟଙ୍କୁ ପୋଲିସ ନିକଟରେ ହାଜର ହେବାକୁ ପଡିଥିଲା । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କେରଳ ପୋଲିସର ଅନୁରୋଧ କ୍ରମେ ଗତ ମାସ ବିଜୟଙ୍କ ପାସପୋର୍ଟ ରଦ୍ଦ କରାଯିବା ସହିତ ତାଙ୍କ ଭିସାକୁ ମଧ୍ୟ ବାତିଲ କରାଯାଇଥିଲା । ନିଜ ନାଁରେ ଲାଗିଥିବା ଅଭିଯୋଗରୁ ବର୍ତ୍ତିବା ପାଇଁ ବିଜୟ ଦୁବାଇ ଯାଇଥିଲେ ବୋଲି ଆଧିକାରୀକ ସୂତ୍ରରୁ ଶୁଣାଯାଉଛି । କେରଳ ପୋଲିସ ହାତରେ ଲାଗିଥିବା ସୂଚନା ମୁତାବକ ପ୍ରାୟ ପାଖାପାଖି ମାସେରୁ ଅଧିକ ସମୟ ହେବ ବିଜୟ ୟୁଏଇରେ ଲୁଚି ରହିଥିଲେ । କିନ୍ତୁ ଅପରପକ୍ଷରେ ବାବୁଙ୍କ ପକ୍ଷରୁ ସଫେଇ ଦିଆଯାଇଛିଯେ ସେ ଦୁବାଇକୁ ବ୍ୟବସାୟ କାମରେ ଯାଇଥିଲେ ।
ସେଠାରେ ଯାଇ ଲୁଚିବାର ଉଦ୍ଦେଶ୍ୟ ତାଙ୍କର ନଥିଲା ।

ସୂଚନା ଦେବା ଉଚିତ ହେବକି, ଗତ ଏପ୍ରିଲ ମାସରେ ଜଣେ ମହିଳା ଅଭିନେତ୍ରୀ କେରଳ ପୋଲିସ ଷ୍ଟେସନରେ ବିଜୟ ତାଙ୍କୁ ଦୀର୍ଘଦିନ ହେବ ତାଙ୍କ ସହ ଦୁଷ୍କର୍ମ କରିବା ସହ ମାଡ ମାରୁଥିବା ନେଇ ଅଭିଯୋଗ ଆଣିଥିଲେ । ତାଙ୍କ ନାଁ ପଦାକୁ ଆସିବା ପରେ ପୋଲିସ ପକ୍ଷରୁ ଆଉ ଏକ ମାମଲା ଦାୟର କରାଯାଇଛି । କାମ ଦେବା ନାଁରେ ତାଙ୍କ ସହ ଏପରି କରୁଥିବା ନେଇ ମହିଳା ଜଣଙ୍କ ବିଜୟଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.