ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ, ସୂଚନା ଦେଲେ କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଆଜି ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର EOW।

ଆସନ୍ତା କାଲି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି।

ଏ ନେଇ ଅର୍ଦ୍ଧେନ୍ଦୁ ଦାଶ କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଏକ ସିଭିଲ୍ ମାମଲା । ଦୁଇ ଜଣକ ଭିତରେ ହୋଇଥିବା ବ୍ୟାବସାୟିକ ବୁଝାମଣା । ବ୍ୟବସାୟୀ ଗଗନଦୀପ ଚାୱଲା ଆମକୁ ପୁରୁଣା ଜିନିଷ ଦେଇଥିବାରୁ ସମସ୍ୟା ଆସିଛି । ତେବେ ତାଙ୍କ ଅଭିଯୋଗ ପରେ ଏନେଇ କଥାବାର୍ତ୍ତା ସରିଛି। ବାକି ଟଙ୍କା ଦେବା ଲାଗି ଚେକ୍ ବି ପ୍ରସ୍ତୁତ ହୋଇଯାଇଛି । ଆଉ ଇଓଡବଲ୍ୟୁ ଏବଂ ବ୍ୟବସାୟୀ ମଧ୍ୟ ଏକଥା ଜାଣିଛନ୍ତି । ତା’ ପରେ ବି କାହିଁକି ଏମାନେ ଏମିତି କଲେ । ଏତେ ସଂଖ୍ୟାରେ ଅଫିସରମାନେ ଆସି ମୁଁ ଜଣେ ସମ୍ପର୍କୀୟଙ୍କ ଘରେ ଥିବା ବେଳେ ରାତି ଅଧରେ ସାଙ୍ଗରେ ନେଇ ଆସିଲେ । ମୁଁ ପୂର୍ବରୁ କହିଥିଲି କି ୧ ତାରିଖ ଦିନ ହାଜର ହେବି ବୋଲି । ତଥାପି ସେମାନେ ଶୁଣିଲେ ନାହିଁ । ତେବେ ବାଧ୍ୟ କରୁଥିବାରୁ ମୁଁ ସେମାନଙ୍କ ସହିତ ଯାଉଛି। ଏହି ମାମଲାରେ ବଡ଼ ଖବର ସମ୍ପୂର୍ଣ୍ଣ ସହଯୋଗ କରିଛି ଓ କରିବ ବୋଲି ଅର୍ଦ୍ଧେନ୍ଦୁ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.