ଭଞ୍ଜନଗର(କେନ୍ୟୁଜ୍): ପୁଣି ଏକ ହାତୀର ଗଳିତ ମୃତଦେହ ଠାବ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଦଦରାଲୁଣ୍ଡା ଗାଁ ନିକଟ ବନ୍ଧଗୋଛା ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ । ଦୁଇ ଦିନ ପୂର୍ବରୁ ହାତୀଟି ମରିଥିବା ସନ୍ଦେହ କରାଯାଉଛି ।
କେହି ଶିକାରୀ ହାତୀକୁ ଗୁଳି କରିଥିବା ଅନୁମାନ କରାଯାଉଛି । ଆଜି ହାତୀ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ହାତୀ, ଜଙ୍ଗଲ ଭିତରେ ମୃତ ହାତୀ ନିକଟରେ ଜଗି ରହିଛନ୍ତି ।