ପର ବାଡ଼ିରେ ପଶି ମେଣ୍ଢା ଗିରଫ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

କେନ୍ୟୁଜ୍(ବ୍ୟୁରୋ):  ପର ବାଡ଼ିରେ ପଶି ମେଣ୍ଢା ଗିରଫ । ମେଣ୍ଢାକୁ ଗିରଫ କଲା ପୋଲିସ । ଗାଡ଼ିରେ ବସାଇ ଘରେ ଛାଡିଲା। ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ। ଆମେରିକା ମାଇନି ଓଲ୍ଡ ଟାଉନ ପୋଲିସ ପକ୍ଷରୁ ଫେସବୁକରେ ଏହି ଭିଡ଼ିଓ ସେୟାର କରାଯାଇଛି। ପୋଲିସ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା। ତାଙ୍କ ବାଡିରେ ମେଣ୍ଢା ପଶିଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ପରେ ସାର୍ଜେଣ୍ଟ ବେଲି ଓ ଡେପୁଟି ଚିଫ ମିଲର ଘଟଣାସ୍ଥଳରେ ପହଞ୍ଚି ମେଣ୍ଢାକୁ ଧରିଥିଲେ।

ପୋଲିସ ଗାଡ଼ିରେ ବସାଇ ନେଇଯାଇଥିଲେ। ଏହି ସମୟର ଭିଡ଼ିଓ ସେୟାର କରିଛି ଓଲ୍ଡ ଟାଉନ ପୋଲିସ। ମେଣ୍ଢାର କ୍ରୁଜର ରାଇଡ ବୋଲି ମଜାକିଆ ଢଙ୍ଗରେ କହିଛି ପୋଲିସ। ମେଣ୍ଢାକୁ ଗିରଫ କରି ପୋଲିସ ନେଉଛି ବୋଲି ବହୁ ୟୁଜର୍ସ ଭିଡ଼ିଓରେ କମେଣ୍ଟ କରିଛନ୍ତି। ତେବେ ମେଣ୍ଢାର ମାଲିକକୁ ଖୋଜି ତାକୁ ହସ୍ତାନ୍ତର କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.