ଧନୁଷଙ୍କ ହଲିଉଡ ଫିଲ୍ମ‘ ଦ ଗ୍ରେ ମ୍ୟାନ୍‌’ର ଗୋଟେ ସିନ୍‌ ପାଇଁ ଖର୍ଚ୍ଚ ହୋଇଛି ୩୧୯ କୋଟି ଟଙ୍କା, ହତ୍ୟାକାରୀ ଭୂମିକାରେ ଆସିବେ ନଜର

ବଲିଉଡ ଫିଲ୍ମ କରିବା ସହିତ ଏବେ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରୁଛନ୍ତି ସାଉଥ ଷ୍ଟାର। ହଲିଉଡ ଫିଲ୍ମ ‘ ଦ ଗ୍ରେ ମ୍ୟାନ୍‌’ରେ ନଜର ଆସିବେ ସାଉଥ ସୁପରଷ୍ଟାର ଧନୁଷ। ଯାହା ପାଇଁ ଧନୁଷ ଏବେ ଚର୍ଚ୍ଚାରେ ରହିଛନ୍ତି। ମାର୍ଭେଲ ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ’ର ନିର୍ଦ୍ଦେଶନା ଦେଇଥିବା ଋଷୋ ବ୍ରଦର୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସାଉଥ ସୁପରଷ୍ଟାର ଅଭିନେତା ଧନୁଷଙ୍କୁ ନେଇ ନେଟଫ୍ଲିକ୍ସର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମର ଗୋଟିଏ ସିନ୍ ପାଇଁ ୩୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଫିଲ୍ମ ବିଷୟରେ ନିଜର ଅନୁଭୂତି ସେୟାର କରି ଧନୁଷ ଲେଖିଛନ୍ତି, ହଲିଉଡ ଫିଲ୍ମରେ କିପରି କାମ କରାଯାଏ, ତାହା ଜାଣି ଖୁସି ଲାଗିଲା। ସାଉଥ ଇଣ୍ଡଷ୍ଟ୍ରୀରେ ଏପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମ କରିସାରିଥିବା ବେଳେ ୨୨ ବର୍ଷର ଅଭିଜ୍ଞତା ରହିଛି। କିନ୍ତୁ ସବୁବେଳେ ନିଜକୁ ଜଣେ ନବାଗତା ବୋଲି ଅନୁଭବ କରିବାର ସୁଯୋଗ ମିଳିନଥିଲା। କିନ୍ତୁ ଏବେ ହଲିଉଡ ଫିଲ୍ମ ଯୋଗୁଁ ଏହି ସୁଯୋଗ ମିଳିଲା।

 

View this post on Instagram

 

A post shared by Dhanush (@dhanushkraja)

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଧନୁଷ ଜଣେ ହତ୍ୟାକାରୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ନେଟଫ୍ଲିକ୍ସ ଋଷୋ ବ୍ରଦର୍ସଙ୍କୁ ପ୍ରାୟ ୧୬୦୦ କୋଟି ଟଙ୍କା ଦେଇଥିଲା। ନିର୍ମାତା ଏହି ଫିଲ୍ମଟିକୁ ବିଶ୍ୱର କେତେକ ସର୍ବୋତ୍ତମ ସ୍ଥାନରେ ସୁଟିଂ କରିଛନ୍ତି ଏବଂ ଏଥିରେ ବହୁ ଟଙ୍କା ସହିତ ବହୁ ପରିଶ୍ରମ ମଧ୍ୟ ହୋଇଛି।

 

View this post on Instagram

 

A post shared by Dhanush (@dhanushkraja)

ଫିଲ୍ମର ସିନ୍ ଏବଂ ଏହାର ପୋଷ୍ଟର ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ହଲିଉଡ ଷ୍ଟାର ରିଆନ ଗୋସଲିଂ, କ୍ରିସ ଇଭାନ୍ସ, ଆନା ଦେ ଅମାର୍ସ ଏବଂ ରେଗେ ଜନ୍ ପେଜ୍ ନଜର ଆସିବେ।

 

View this post on Instagram

 

A post shared by Dhanush (@dhanushkraja)

Leave A Reply

Your email address will not be published.