Below header

ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ, ବ୍ୟବସାୟୀଙ୍କୁ ମାସ୍କ ନାହିଁ ତ ଜିନିଷ ନାହିଁ ଲେଖିବାକୁ ପ୍ରଶାସନର ନିର୍ଦ୍ଦେଶ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ । କୋଭିଡ ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପ୍ରଶାସନ ପକ୍ଷରୁ ବଧ୍ୟତମୂଳକ କରାଯାଇଛି।

ମନ୍ଦିର, ପାର୍କ, ବଜାରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସପିଂ ମଲ୍‌ ଓ ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋ ମାସ୍କ ନୋ ଗୁଡସ୍‌ ବା ମାସ୍କ ନାହିଁ ତ ଜିନିଷ ନାହିଁ ଲେଖିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.