କଟକ(କେନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । କଟକ ମୁଣ୍ଡଳୀ ଦେଇ ଏବେ ବନ୍ୟା ପାଣି ପ୍ରବାହିତ ହେଉଛି । ସକାଳ ୮ଟା ସୁଦ୍ଧା ୧ଲକ୍ଷ ୯୦ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜରେ ନିଷ୍କାସିତ ହେଉଛି ୭୪ ହଜାର ୧୭୭ କ୍ୟୁସେକ ଜଳ । ଯୋବ୍ରାରୁ ୧ ଲକ୍ଷ ୧୦ ହଜାର ୨୩୦ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଜଳ ଭଣ୍ଡାରରୁ ଯେତିକି ପାଣି ଆସିଛି, ବନ୍ୟାର ଆଶଙ୍କା ନାହିଁ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । କୌଣସି ସ୍ଥାନରେ ଦୁର୍ବଳ ନଦୀ ବନ୍ଧ ନାହିଁ । ବିପଦସଙ୍କୁଳ ପଏଣ୍ଟ ଗୁଡିକରେ ବାଲି ବସ୍ତା ପ୍ରସ୍ତୁତ ରଖାଯାଇଛି ।