ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର : ଏଣିକି ଟିକେଟ୍ କ୍ୟାନ୍ସଲ କଲେ ଲାଗିବନି ଚାର୍ଜ, ରେଲୱେ ଦେଲା ଏମିତି ସୂଚନା…

ଟ୍ରେନରେ ଯିବାଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ରେଲୱେ ତରଫରୁ ଏକ ବଡ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଯାତ୍ରୀମାନଙ୍କର ଏକ ବଡ ସମସ୍ୟାର ସମାଧାନ କରିପାରିବ । ଟ୍ରେନ ଟିକେଟକୁ ନେଇ ବାରମ୍ବାର ହେଉଥିବା ଏହି ଅଭିଯୋଗକୁ ଦୂର କରିବା ପାଇଁ ଚେଷ୍ଟା କରିଛି ଭାରତୀୟ ରେଳ ବିଭାଗ । ଭାରତର ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରନ୍ତି, ରେଳବାଇ ସମୟ ସମୟରେ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ନେଇ ଆସେ ।

ବର୍ତ୍ତମାନ ରେଳବାଇ ଯାତ୍ରୀମାନଙ୍କ ଟିକେଟ ସମ୍ପର୍କରେ ଏକ ନୂଆ ନିୟମ କରିଛି। ବର୍ତ୍ତମାନ ଆପଣ ସହଜରେ କିଛି ମିନିଟ୍ ମଧ୍ୟରେ ଟିକେଟ୍ ବାତିଲ୍ କରିପାରିବେ। ଏବେ ଆପଣ ରେଲୱେର ଆପ୍ ବା ରେଲୱେ ୱେବସାଇଟକୁ ଯାଇ ନିଜ ଟିକେଟ୍ କ୍ୟାନସଲ୍ କରିପାରିବେ । ଏଣିକି ରେଲୱେ ଇ-ମେଲରୁ ରେଳ ଟିକେଟ୍ ରଦ୍ଦ କରିବାର ମଧ୍ୟ ବଡ ସୁବିଧା ଦେଉଛି । ଭାରତୀୟ ରେଲୱେ ଟ୍ୱିଟ୍ କରି ଏହି ସୂବିଧାର ସମ୍ପୂର୍ଣ୍ଣ ସୂଚନା ଦେଇଛି ।

ଏଣିକି ରେଳ ଯାତ୍ରୀ ରେଲୱେକୁ ଇ-ମେଲ କରି ନିଜ ଟିକେଟ କ୍ୟାନ୍ସଲ କରିପାରିବେ ବୋଲି ଟ୍ୱିଟ କରି ସୂଚନା ଦେଇଛି ଇଣ୍ଡିଆନ ରେଲୱେ । ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତତ୍କାଳରେ ଏକ ଟିକେଟ ବୁକ କରିଥିବା ବେଳେ ଏହି ଟ୍ରେନ ବାତିଲ ହୋଇଯାଇଥିଲା । ତେଣୁ ଅନ୍ୟ ଉପାୟରେ ସେ ନିଜ ଲକ୍ଷ୍ୟସ୍ଥଳକୁ ଯାଇଥିଲେ । କିନ୍ତୁ ଟିକେଟ ରଦ୍ଦ କରିବା ପରେ ତାଙ୍କୁ ଏହାର ରିଫଣ୍ଡ ମିଳିଲା ନାହିଁ ବୋଲି ସେ ରେଲୱେକୁ ଟ୍ୱିଟ କରି ଅଭିଯୋଗ କରିଥିଲେ ।

ଏହି ଟୁଇଟର ଜବାବରେ ରେଳବାଇ ଲେଖିଛି, ‘ଯଦି ଯାତ୍ରୀମାନେ ନିଜେ ଟିକେଟ୍ ବାତିଲ କରିପାରୁ ନାହାଁନ୍ତି, ତେବେ ଟିକେଟ୍ ବାତିଲ୍ ପାଇଁ ଯାତ୍ରୀ ରେଳବାଇକୁ ତାଙ୍କ ପଞ୍ଜୀକୃତ ଇ-ମେଲ୍ ଆଇଡିରୁ [email protected]କୁ ଇ-ମେଲ୍ କରି ଟିକେଟ୍ ବାତିଲ୍ କରିପାରିବ। ଏହାପରେ ଆଉ ଏକ ଟ୍ୱିଟ କରି କହିଛି ଯେ କାର୍ଯ୍ୟକ୍ଷମ କାରଣରୁ ରେଳବାଇ ଟ୍ରେନ ସ୍ଥିତି ଉପରେ ବାତିଲ କ୍ୟାନ୍ସଲେସନ ଫ୍ଲାଗ ଲଗାଇଥାଏ । ତେବେ ଟ୍ରେନ କୌଣସି ବି ସମୟରେ ପୁନରୁଦ୍ଧାର କରାଯାଇପାରିବ । ଚାର୍ଟିଙ୍ଗ ପରେ ହିଁ ଫାଇନାଲ ଷ୍ଟାଟସ ମିଳିଥାଏ । ତେଣୁ ଯାତ୍ରୀମାନଙ୍କୁ ଏହାର ଧ୍ୟାନ ରଖିବା ଉଚିତ । ନଚେତ ସେମାନଙ୍କୁ କ୍ୟାନ୍ସେଲେସନ ଚାର୍ଜ ଦେବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.