ଭୁବନେଶ୍ୱର(କେନ୍ୟୁଜ୍): ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ । ଏବେ ମୋଟ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ପରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ବାମ ପଟର ୫ଟି ଗେଟ୍ ଏବଂ ଡାହାଣ ପଟର ୩ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ଆଜି ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୫୬ ଫୁଟ୍ ରହିଛି । ଉପର ମୁଣ୍ଡରୁ ୧ ଲକ୍ଷ ୨୪ ହଜାର ୭୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୨ ହଜାର ୮୨୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।