ଭୁବନେଶ୍ୱର (କେନ୍ୟୁଜ୍) : ଆଜି ସାରା ରାଜ୍ୟକୁ ଚମକାଇ ଦେଇଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ ଓଲିଉଡ୍ ଷ୍ଟାର ବାବୁଶାନ୍ ଅଛନ୍ତି । ଆଉ ତାଙ୍କ ସହ ଅଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେମାନେ ଏକ କାର୍ ଭିତରେ ଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କୁ ଗାଡ଼ିରୁ ଟାଣି ଆଣି ଖୁବ୍ ଝଗଡ଼ା କରିଥିଲେ । ଏମିତିକି ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି ବାଟ ତାଙ୍କୁ ଗୋଡ଼ାଇ ଯାଇଥଲେ । ସୂଚନା ଅନୁସାରେ ଏହି ମହିଳା ଜଣକ ହେଉଛନ୍ତି ବାବୁଶାନଙ୍କ ପତ୍ନୀ ।
ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି । ତେବେ ଘଟଣାକୁ ନେଇ ପ୍ରକୃତି ମିଶ୍ର ଏବଂ ତାଙ୍କ ପତ୍ନୀଙ୍କର କୌଣସି ପ୍ରତିକ୍ରିୟା ମିଳି ନାରି ନାହିଁ ।
ଏହି ଘଟଣା ପଛର ସତ କଣ ସେ ତ ଭିନ୍ନ କଥା ତେବେ ଲୋକେ ଅନେକ ପ୍ରକାର ଚର୍ଚ୍ଚା କରୁଛନ୍ତି ସେଲିବ୍ରିଟି ବାବୁଶାନ୍ଙ୍କୁ ନେଇ ।
କଣ କହିଲେ ବାବୁଶାନ୍
ଏ ନେଇ ବାବୁଶାନ୍ କହିଛନ୍ତି କି ଫିଲ୍ମ ସୁଟିଂ ପାଇଁ ମୁଁ ପ୍ରକୃତିଙ୍କୁ ପିକ୍ଅପ୍ କରିଥିଲି । ଆମେ ସାଙ୍ଗ ହୋଇ କାମ କରୁଛୁ । ସେ ମୋର ବନ୍ଧୁ । ଯାହା ଚର୍ଚ୍ଚା ଚାଲିଛି ତାହା ଠିକ୍ ନୁହେଁ । ମୋର କାମକୁ ନେଇ ପତ୍ନୀ ବୁଝି ନପାରି ଏଭଳି କରିଛନ୍ତି । ତେବେ ପତ୍ନୀଙ୍କୁ ମୁଁ ଦୋଷ ଦେଉ ନାହିଁ । ତେବେ ମୁଁ କିଛି ଭୁଲ କରି ନାହିଁ ବୋଲି ବାବୁଶାନ କହିଛନ୍ତି ।