କେନ୍ୟୁଜ୍(ବ୍ୟୁରୋ): ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରୁ ରେଡ୍ ସାରି ବାହାରିଗଲା ସିବିଆଇ ଟିମ୍ । ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରକୁ ସିବିଆଇ ଟିମ୍ ସାଙ୍ଗରେ ଯାଇଛନ୍ତି । ପିପିଟିର ଜଣେ ଅଧିକାରୀଙ୍କ ୨୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାର ଖୋଳତାଡ଼ ନେଇ ରେଡ୍ କରିଥିଲା ସିବିଆଇ । ଆଜି ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାର ସ୍ଥିତ ଘର ଓ ପାରାଦୀପରେ ଓଏସଏଲ୍ ଅଫିସରେ ସିବିଆଇ ରେଡ୍ କରଥିଲା ।