ମହଙ୍ଗା ହୋଇପାରେ ବିମାନ ଯାତ୍ରା! ଅଗଷ୍ଟ ୩୧ରୁ ଘରୋଇ କମ୍ପାନୀ ସ୍ଥିର କରିବେ ଭଡ଼ା

ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ। କାରଣ, ସରକାର ଘରୋଇ ଉଡ଼ାଣ ପାଇଁ ଭଡ଼ା ଧାର୍ଯ୍ୟ କରିବାର ଅଧିକାର ପୁନର୍ବାର ବିମାନ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ’ ମାସରେ ଘରୋଇ ଉଡ଼ାଣ ପାଇଁ ଭଡ଼ା ସ୍ଥିର କରାଯିବାର ଯେଉଁ ଆରମ୍ଭ ହୋଇଥିଲା, ତାହାକୁ ଚଳିତବର୍ଷ ଅଗଷ୍ଟ ୩୧ରୁ ପ୍ରତ୍ୟାହାର କରି ନିଆଯିବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିମାନ ଇନ୍ଧନ ଦାମ୍‌ ଏବଂ ଦୈନନ୍ଦିନ ଡିମାଣ୍ଡର ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଘରୋଇ ଉଡ଼ାଣ ପାଇଁ ବିମାନ ଭଡ଼ାର ଧାର୍ଯ୍ୟ ଲିମିଟ୍‌କୁ ହଟାଇ ନିଆଯିବ। ସେକ୍ଟରରେ ସ୍ଥିରତା ଆସିଛି ଏବଂ ଆମେ ଘରୋଇ ବିମାନ ଚଳାଚଳରେ ବିପୁଳ ଅଭିବୃଦ୍ଧି ଦେଖିବାକୁ ଆଶା ରଖିଛୁ।

କହି ରଖୁଛୁ, ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦାମ୍‌ ବୃଦ୍ଧି ପରେ ବିମାନ ଇନ୍ଧନ ଦାମ୍‌ରେ ରେକର୍ଡ ବୃଦ୍ଧି ଘଟିଥିଲା, ଯଦ୍ଦ୍ଵାରା ଏୟାରଲାଇନ୍‌ କମ୍ପାନୀଗୁଡ଼ିକ ଉପରେ ବିତ୍ତୀୟ ବୋଝ ବଢ଼ିଥିଲା। ଏପରି କି, ଟିକେଟ୍‌ ଭଡ଼ା ସ୍ଥିର କରିବାର ଅଧିକାର ବି ସେମାନଙ୍କ ପାଖରେ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.