Below header

ଘର କିମ୍ବା ଦୋକାନରେ କାହିଁକି ଲଗାଯାଏ ଲେମ୍ବୁ- ଲଙ୍କା, କ’ଣ ରହିଛି କାରଣ

ଆପଣ ଅନେକ ଘର ହେଉ ଅବା ଦୋକାନ ବାହାର ଲେମ୍ବୁ ଏବଂ କଞ୍ଚାଲଙ୍କା ଓହଳିଥିବା ନିଶ୍ଚିତ ଦେଖିଥିବେ। ଅନେକ ଲୋକ ନିଜ ଗାଡିରେ ମଧ୍ୟ ଲେମ୍ବୁ ଓ ଲଙ୍କା ଲଗାଇଥିବା ମଧ୍ୟ ଦେଖିଥିବେ। କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ମାନୁଥିବା ବେଳେ କିଛି ଲୋକ ଝୁଲାଇବାରେ ଆସ୍ଥା ରଖିଥାନ୍ତି। ଲେମ୍ବୁ ଓ ଲଙ୍କା ଝୁଲାଇବା ଦ୍ୱାରା ଘର କିମ୍ବା ଦୋକାନକୁ ଆସୁଥିବା ନକାରାତ୍ମକ ଶକ୍ତି ଦୂରେଇ ଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କୁପ୍ରଭାବରୁ ରକ୍ଷା ପାଇଁ ଲୋକ ଏହାକୁ ଲଗାନ୍ତି।

ତେବେ ଏହାକୁ ଲଗାଇବା ନେଇ ବୈଜ୍ଞାନିକ କାରଣ ରହିଛି। ଲେମ୍ବୁ ଏବଂ ଲଙ୍କା ଭଳି ଜିନିଷ ଆଖି ସାମ୍ନାରେ ଦେଖିବା ମାତ୍ରେ ଏହାର ସ୍ୱାଦ ଅନୁଭବ ଆମେ କରିଥାଉ। ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଆମେ ଏହାକୁ ଦେଖିପାରୁନାହିଁ। ନିଜର ଧ୍ୟାନ ହଟାଇ ଦେଉଥାଉ।

ଏହାସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଲେମ୍ବୁ ଅତ୍ୟଧିକ ଖଟା ଏବଂ ଲଙ୍କା ଅତ୍ୟଧିକ ରାଗ ହୋଇଥାଏ। ଏହାକୁ ଆମେ ଘରର ମୁଖ୍ୟଦ୍ୱାରରେ ଲଗାଇଥାଉ। ତେଣୁ ଦୁର୍ଗନ୍ଧ ହେଉ ଅବା ମାଛି କିମ୍ବା କୀଟପତଙ୍ଗ ଘର ଭିତରକୁ ଆସିପାରନ୍ତି ନାର୍ହି। ଆଖପାଖର ବାତାବରଣ ଶୁଦ୍ଧ ରହିଥାଏ। ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

ବାସ୍ତୁ ମୁତାବକ, ଘର ହେଉ ଅବା ଦୋକାନ ଲେମ୍ବୁ ଓ ଲଙ୍କା ଝୁଲିବା ଦ୍ୱାରା କୁଦୃଷ୍ଟିରୁ ରକ୍ଷା ମିଳେ। ଲେମ୍ବୁର ଖଟାପଣ ଏବଂ ଲଙ୍କା ରାଗ ଖରାପ ପ୍ରଭାବକୁ କମ୍‌ କରିଥାଏ। ଏହାକୁ ଓହଳାଇବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ ସମ୍ପତ୍ତିରୁ ଦୂରେଇ ରହିଥାଏ। ଯଦି ଆପଣ ଦୋକାନରେ ଏହାକୁ ଲଗାନ୍ତୁ, ତେବେ ବିଜନେସରେ ଉନ୍ନତି ହୋଇଥାଏ।

ତେବେ କେବେ ବି ବଜାରରେ ମିଳୁଥିବା ପ୍ଲାଷ୍ଟିକ ଲେମ୍ବୁ ଲଙ୍କା କେବେ ବି ଲଗାନ୍ତୁ ନାହିଁ। ଏହାକୁ ଲଗାଇଲେ କୌଣସି ଫାଇଦା ମିଳେ ନାହିଁ। ତେଣୁ ଘରେ ହେଉ ଅବା ଦୋକାନରେ ସବୁବେଳେ ତାଜା ଲେମ୍ବୁ ଏବଂ ଲଙ୍କା ଲଗାନ୍ତୁ ଏବଂ ପ୍ରତିଦିନ ଏହାକୁ ବଦଳାନ୍ତୁ।

Also Read : ବୁଧ କରୁଛନ୍ତି ରାଶି ପରିବର୍ତ୍ତନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଧନବର୍ଷା, ମିଳିବ ପ୍ରତିଷ୍ଠା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.