ମା ହେଉଛନ୍ତି ପ୍ରଧାନ ଶିକ୍ଷୟତ୍ରୀ, କିନ୍ତୁ ସ୍କୁଲରେ ପାଠ ପଢ଼ାଉଛନ୍ତି ଝିଅ

ଆଳି(କେନ୍ୟୁଜ୍):ମା ହେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ।ହେଲେ ସେ ସ୍କୁଲ ଯାଉନାହାନ୍ତି। ଆଉ ତାଙ୍କ ବଦଳରେ ସ୍କୁଲ ଯାଇ ପାଠ ପଢ଼ାଉଛନ୍ତି ଝିଅ।ଆଉ ମାସ ଶେଷରେ ମୋଟା ଆଙ୍କର ଦରମା ପାଉଛନ୍ତି ମା।ଏ ଭଳି ଶିକ୍ଷା ବିଭାଗର ବିଚିତ୍ର ବ୍ଯବସ୍ଥାର ଚିତ୍ର ସାମ୍ନା ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ। କିଛି ଦିନ ହେବ ଶିକ୍ଷୟତ୍ରୀ ମାଙ୍କ ପାଇଁ ତାଙ୍କ ଝିଅ ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ଯା ବିଶ୍ୱାଳ କିଛି ଦିନ ହେବ ବିଦ୍ୟାଳୟକୁ ଯାଉନଥିବା ବେଳେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ମାଙ୍କ ପାଇଁ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏନେଇ ଅଭିଯୋଗ ହୋଇଛି ।ଅନ୍ଯ ପକ୍ଷରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଏସମ୍ପର୍କରେ କାରଣ ଦର୍ଶାଇ ନୋଟିସ କରାଯାଇଛି।ରିପୋର୍ଟ ଆସିଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ରାଜକନିକା ବିଇଓ କହିଛନ୍ତି।ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ପତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.