ସେପ୍ଟେମ୍ବର ମାସରେ ଏହି ୪ ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ଭାଗ୍ୟର ତାଲା

କିଛି ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର ମାସ । ଏହି ମାସରେ କିଛି ଗ୍ରହ ନିଜ ରାଶି ବଦଳାଇବେ ଓ କିଛି ବକ୍ରି ହେବେ । କିଛି ଗ୍ରହ ଅସ୍ତ ହେବେ । ବୁଧ ୧୦ ସେପ୍ଟେମ୍ବର ୨୦୨୨ ରେ କନ୍ୟା ରାଶିରେ ବକ୍ରୀ ହେବେ । ଶୁକ୍ର ୧୫ ସେପ୍ଟେମ୍ବରକୁ ଅସ୍ତ ହେବ । ସୂର୍ଯ୍ୟ ୧୭ ସେପ୍ଟେମ୍ବରକୁ କନ୍ୟା ରାଶିରେ ଗୋଚର କରିବେ । ଶୁକ୍ୟ ୨୪ ସେପ୍ଟେମ୍ବରରେ କନ୍ୟା ରାଶିରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା ଗ୍ରହଙ୍କ ଏହି ପରିବର୍ତ୍ତନ କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ ।

ସେପ୍ଟେମ୍ବର ମାସରେ ୪ ଭାଗ୍ୟବାନ ରାଶି :

ମେଷ ରାଶି :

ଏହି ରାଶିର ଲୋକଙ୍କ ପାଇଁ ଏହି ମାସ ସୁନ୍ଦର ରହିବ । ଆୟରେ ବୃଦ୍ଧି ଘଟିବ । ଆର୍ଥିକ ଦିଗ ମଜବୁତ ରହିବ । ବାଣୀରେ ମଧୁରତା ଆସିବ । ବ୍ୟବସାୟରେ ଲାଭ ସମ୍ଭାବନା ଅଛି । ପ୍ରେମ ଓ ବୈବାହିକ ଜୀବନ ଉତ୍ତମ ରହିବ ।

ବୃଷ ରାଶି :

ଭାଗ୍ୟର ଭରପୁର ସାଥୀ ମିଳିବ । ଚାକିରି ଆଶାୟୀଙ୍କ ପାଇଁ ସମୟ ଅନୂକୁଳ ରହିବ । ବରିଷ୍ଠ ଲୋକଙ୍କ ସହଯୋଗ ମିଳିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ । ଆର୍ଥିକ ସ୍ଥିତି ସୁନ୍ଦର ରହିବ । ପ୍ରେମ ଜୀବନରେ ଅନୂକୁଳ ରହିବ ।

ମିଥୁନ ରାଶି :

କ୍ୟାରିଅର ମଜବୁତ ହେବ । ଆପଣ ଭଲ ଲାଭ ପାଇବେ । ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବ । ଆର୍ଥିକ ମଜବୁତ ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ।
ଧନୁ ରାଶି : ଏହି ରାଶି ଲୋକଙ୍କ ପାଇଁ ଶୁଭ ପରିଣାମ ମିଳିବ । ବେପାରୀଙ୍କ ପାଇଁ ଲାଭ ମିଳିବ । କଡ଼ା ପରିଶ୍ରମ ଯୋଗୁ ଧନ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ସୁନ୍ଦର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.