ଗଜପତି: ପଞ୍ଚାୟତ କାର୍ଯ୍ୟାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ମା 

ମୋହନା(କେନ୍ୟୁଜ୍): ପଞ୍ଚାୟତ କାର୍ଯ୍ୟଳୟରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଆର. ଉଦୟଗିରି ବ୍ଲକ ପରିସଲ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଜୟଦେବ ଆନନ୍ଦ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ରାମଗିରି ଥାନାରେ ଏଭଳି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା । ଅଭିଯୋଗ ପରେ ଥାନାରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୀଡ଼ିତାଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ ଗୁରୁବାର ଖାରିଗୁମ୍ମା ଗାଁର କିଛି ମହିଳାଙ୍କ ସହ ଉଭୟ ମା ଓ ନାବାଳିକା ଝିଅ ମକାବାଡ଼ରେ କାମ କରିବାକୁ ପରିସଲ ଗାଁକୁ ଯାଇଥିଲେ ।

ପରିସଲ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ନିକଟରେ ଥିବା ମକା ବାଡ଼ରେ କାମ କରୁଥିବା ବେଳେ ମଧ୍ୟାହ୍ନରେ ତାଙ୍କ ଝିଅ ଅନ୍ୟ ଜଣେ ଝିଅ ସହ ପାଣି ପିଇବା ପାଇଁ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଥିବା ପାଇପକୁ ଯାଇଥିଲେ।  ସେତେବେଳେ ନାଏବ ସରପଞ୍ଚ ଜୟଦେବ ଆନନ୍ଦ ଏକା ପଞ୍ଚାୟତ କର୍ଯ୍ୟଳୟରେ ଥିଲେ। ଏହି ସମୟରେ ପାଇପର ପାଣି ଭଲ ନାହିଁ ତେଣୁ ପଞ୍ଚାୟତ କର୍ଯ୍ୟଳୟ ଭିତରକୁ ଆସି ପାଣି ପିଇବାକୁ ଡାକିଲେ ନାଏବ ସରପଞ୍ଚ।

ଜଣେ ଝିଅ ବାହାରେ ଥିବା ବେଳେ ତାଙ୍କ ଝିଅ ପାଣି ଆଣିବାକୁ ପଞ୍ଚାୟତ କାର୍ଯ୍ୟଳୟ ଭିତରକୁ ଯାଇଥିଲେ। ଏହି ସମୟରେ ନାଏବ ସରପଞ୍ଚ ତାଙ୍କ ଝିଅକୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା । ଏ ବିଷୟରେ ଝିଅ ପ୍ରଥମେ ତାର ସାଙ୍ଗକୁ କହିଥିଲା ।ପରେ ମା ଙ୍କୁ ଘଟଣା ବିଷୟରେ କହିଥିଲା ଝିଅ। ଆଜି ଏସମ୍ପର୍କରେ ରାମଗିରି ଥାନାରେ ଅଭିଯୋଗ କରିଥିବା କହିଛନ୍ତି ପୀଡ଼ିତାଙ୍କ ମା ।ଅନ୍ୟ ପକ୍ଷରେ ଅଭିଯୋଗ ପାଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଅଭିଯୁକ୍ତର ଘରେ ଚଢ଼ାଉ କରାଯାଇଛି କିନ୍ତୁ ସେ ଫେରାର ଅଛି।ଖୁବଶୀଘ୍ର ଅଭିଯୁକ୍ତ ନାଏବ ସରପଞ୍ଚକୁ  ଗିରଫ କରାଯିବ ବୋଲି ଆର. ଉଦୟଗିରି SDPO ଦିଲ୍ଲୀପ କୁମାର ନାୟକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.