ମୂଳାଙ୍କ ୧ ଥିବା ବ୍ୟକ୍ତି ଏହି ଉପାୟ ଆପଣାଇ ପାଇ ପାରିବେ ଅନେକ ସଫଳତା,ଏହି ୫ ପ୍ରଫେସନ ତାଙ୍କ ପାଇଁ ହୋଇଥାଏ ଶୁଭ

ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ର କୌଣସି ବି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅଙ୍କ ଜ୍ୟୋତିଷ ଅଙ୍କ ଉପରେ ଆଧାରିତ | ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ | ଅଙ୍କ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ କହିଥାଏ | ଆସନ୍ତୁ ଜାଣିବା ୧ ମୂଳାଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

୧ ମୂଳାଙ୍କ ବ୍ୟକ୍ତି କାହାକୁ ବି ନିଜର ବନାଇ ଦେଇଥାନ୍ତି । ଏହି ଲୋକ ବହୁତ ସହନଶୀଳ ହୋଇଥାନ୍ତି । ଆସୁଥିବା ଅସୁବିଧାକୁ ଦୃଢ଼ତାର ସହ ମୁକାବିଲା କରନ୍ତି । କେବେ ବି ଡରନ୍ତି ନାହିଁ । ଏମାନଙ୍କ ଭିତରେ ନେତୃତ୍ୱ ନେବାର ଭଲ କ୍ଷମତା ରହିଥାଏ । କୌଣସି ବି କାମକୁ ସାହସର ସହ କରିଥାନ୍ତି । ଏହି ମୂଳାଙ୍କର ବ୍ୟକ୍ତି ସେନା, ଆଇଏଏସ, ପିସିଏସ ଅଧିକାରୀ, ଡାକ୍ତର, ପୋଲିସ, ରାଜନୀତିଜ୍ଞ ଆଦି ପ୍ରଫେସନରେ ଭଲ କରିଥାନ୍ତି । ଏହି ମୂଳାଙ୍କର ବ୍ୟକ୍ତି ପଢ଼ିବାରେ ଖୁବ ଆଗରେ ଥାଆନ୍ତି ।

ମୂଳାଙ୍କ ୧ ପାଇଁ ଉପାୟ :

ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ତମ୍ବାର ମୁଦିକୁ ଶୁକ୍ଳ ପକ୍ଷ ରବିବାର ସକାଳେ ସ୍ନାନ କରି ଗଙ୍ଗାଜଳରେ ଧୋଇ ଅନାମିକା ଆଙ୍ଗୁଳିରେ ପିନ୍ଧନ୍ତୁ ।

ଅଧିକ ହଳଦିଆ ରଂଗର ଜିନିଷ ବ୍ୟବହାର କରନ୍ତୁ ।

ଘରର ପୂର୍ବ ଦିଗକୁ ସଫା ରଖନ୍ତୁ ।

ଭୋଜନରେ ଗୁଡ ଅବଶ୍ୟ ସେବନ କରନ୍ତୁ ।

ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରନ୍ତୁ ଓ ଦୈନିକ ପୂଜା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.