Below header

ଚାଣକ୍ୟ ନୀତି : ସକାଳୁ ଉଠି ଜରୁର କରନ୍ତୁ ଏହି କାମ, ସଫଳତା ଆପଣଙ୍କ ପଛେ ଗୋଡ଼ାଇବ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟଙ୍କ ମତରେ ସକାଳ ସମୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ବ୍ୟର୍ଥରେ ଜିବାକୁ ଦିଅନ୍ତୁ ନାହିଁ । ପ୍ରତିଦିନ ସକାଳୁ ଉଠିବା ପରେ ଚାଣକ୍ୟଙ୍କ ଏହି ୪ କଥାକୁ ପାଳନ କରିବେ ତ ସଫଳତା ନିଶ୍ଚୟ ପାଇବେ । ଆସନ୍ତୁ ଜାଣିବା କ’ଣ ସେହି କଥା ।

ଶୀଘ୍ର ଉଠନ୍ତୁ

ଡେରି ପର୍ଯ୍ୟନ୍ତ ଶୋଇବା ସ୍ୱାସ୍ଥ୍ୟ ଓ କ୍ୟାରିଅର ଉଭୟ ପାଇଁ କ୍ଷତିକାରକ ହୋଇଥାଏ । ଚାଣକ୍ୟ କୁହନ୍ତି ଯେ ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବା ସଫଳତାର ପ୍ରଥମ ସିଡି । ସକାଳୁ ଶୀଘ୍ର ଉଠିଲେ କାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ କରିବାକୁ ସହଜ ହୋଇଥାଏ ।

ପ୍ଲାନିଙ୍ଗ

ଚାଣକ୍ୟଙ୍କ ଅନୁସାରେ ସକାଳେ ଉଠିବା ପରେ ଦିନକର ଯୋଜନା ଜରୁର କରନ୍ତୁ । ଯେଉଁ ବ୍ୟକ୍ତି ନିଜର ପୂରା ଦିନର କାର୍ଯ୍ୟ ଯୋଜନା ସହ ବନାଇଥାନ୍ତି । ତାଙ୍କୁ ଲକ୍ଷ୍ୟ ପ୍ରାପ୍ତ ହେବାରେ ଅସୁବିଧା ହୋଇନଥାଏ । ଏହାଦ୍ୱାରା ସମୟର ବର୍ବାଦ ମଧ୍ୟ ହୋଇ ନଥାଏ ।

ଟାଇମ ମ୍ୟାନେଜମେଣ୍ଟ

ସମୟ ବହୁତ ମୂଲ୍ୟବାନ ହୋଇଥାଏ । ଏହାର ସଦୁପଯୋଗ କରନ୍ତୁ । ଯିଏ ରୂପରେଖ ତିଆରି କରିଥାନ୍ତି, ତାଙ୍କର ସବୁ କାମ ସମୟରେ ଶେଷ ହୋଇଥାଏ । କେବେ କେଉଁ କାମକୁ କାଲି ଉପରେ ଛାଡନ୍ତୁ ନାହିଁ ।

ସ୍ୱାସ୍ଥ୍ୟ

ଚାଣକ୍ୟ କୁହନ୍ତି ଯେ ସ୍ୱାସ୍ଥ୍ୟ ସହ କେବେ ବି ସମଝୋତା କରନ୍ତୁ ନାହିଁ । କାରଣ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନହେବା ଯୋଗୁ ରୋଗରେ ପଡ଼ିପାରନ୍ତି । ଏପରି ବ୍ୟକ୍ତି ଚାହିଁ କରି ବି ଲକ୍ଷ୍ୟ ପ୍ରାପ୍ତ କରିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.