ପୁଣି ଦେବଦୂତ ସାଜିଲେ ଆଉ ଜଣେ ଆରପିଏଫ କର୍ମଚାରୀ, ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ

କଟକ(କେନ୍ୟୁଜ୍): ଭଗବାନ ଭଳି ଆସି ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ ଆରପିଏଫ କର୍ମଚାରୀ । ପୁରୀ ପାଟନା ଏକ୍ସପ୍ରେସରେ ଚଢିବାକୁ ଯାଉଥିବା ବେଳେ ଜଣେ ଯାତ୍ରୀ ଖସି ପଡିଥିଲେ । ଏବି-୧ କୋଚରେ ଚଢିବା ପାଇଁ ଉଦ୍ୟମ କରୁଥିଲେ ଯାତ୍ରୀ ଅରୁପ କୁଣ୍ଡୁ ।

ପଡିଯାଇ ଟ୍ରେନ ଟ୍ରାକକୁ ଯିବା ପୂର୍ବରୁ ଭିଡି ଆଣିଥିଲେ ଆରପିଏଫ କର୍ମଚାରୀ ଓ ଅନ୍ୟ ପାସେଞ୍ଜର । ଯାହାର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Leave A Reply

Your email address will not be published.