ସଫଳତା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଫେଙ୍ଗସୁଇର ଏହି ୪ ସରଳ ଉପାୟ

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ । ଆସନ୍ତୁ ଜାଣିବା ସୌଭାଗ୍ୟ ବୃଦ୍ଧି କାରକ ହୋଇପାରେ ଫେଙ୍ଗସୁଇର ଏହି ଟିପ୍ସ ।

ଗତ କିଛି ବର୍ଷ ହେବ ଫେଙ୍ଗସୁଇ ଓ ବାସ୍ତୁ ଶାସ୍ତ୍ରର ବେଶ ପ୍ରଚଳନ ହେବାରେ ଲାଗିଛି । ଲୋକେ ନିଜର ସଫଳତା,ସମୃଦ୍ଧି,ସୌଭାଗ୍ୟ ଓ ଶାନ୍ତି ପାଇଁ ଫେଙ୍ଗସୁଇର ବିଭିନ୍ନ ଉପାୟ ଆପଣାଉଛନ୍ତି । ଆସନ୍ତୁ ଜାଣିବା ଏହି ୪ ସରଳ ଉପାୟ ଯାହାକି ଆପଣଙ୍କ ଜୀବନର ସବୁ କ୍ଷେତ୍ରରେ ସଫଳତା ଦେବାରେ ବହୁତ ସାହାଯ୍ୟ କରିବ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

ସଫଳତା ପାଇବାର ସହଜ ଉପାୟ :

୧. ଆପଣ ଯେଉଁ ବାକ୍ସ,ତେଜୋରୀ ବା ଅନ୍ୟ ବସ୍ତୁ ଯେଉଁଥିରେ ପ୍ରତିଦିନର ଆମଦାନୀ ବା ଟଙ୍କା ରଖିଥାନ୍ତି, ସେଥିରେ ଏକ ଦର୍ପଣ ବା ମିରର ଲଗାନ୍ତୁ ଯେପରି ଟଙ୍କା ପଇସାର କୌଣସି ବୃଦ୍ଧି ସେଥିରେ ଦେଖାଦେବ ।

୨. ଗରମ ବା ଥଣ୍ଡା ସ୍ୱଭାବର ବସ୍ତୁକୁ ଗୋଟିଏ ଉପରେ ଗୋଟିଏ ରଖନ୍ତୁ ନାହିଁ । ଯେପରି ଫ୍ରିଜ ଉପରେ ମାଇକ୍ରୋେଓ୍ଵବ, ଓଭନ ଆଦି ।

୩. ସର୍ବଦା ଆପଣଙ୍କ ଟେବଲ କିମ୍ବା ଉପର ଛାତରୁ ଏକ ଡାଇମଣ୍ଡ କ୍ରିଷ୍ଟଲ ଟଙ୍ଗାନ୍ତୁ । ଯେଉଁଥିରେ ଆପଣଙ୍କ ନକରାତ୍ମକ ଶକ୍ତିର ପ୍ରଭାବ ନ ପଡେ । ଆପଣଙ୍କୁ ନିଷ୍ପତ୍ତି ନେବାର ସାହାଯ୍ୟ ମଳିବ ।

୪. ଆପଣଙ୍କ ବସିବାର ଯାଗା ପଛରେ ପାହାଡ଼ ବା ଦୌଡିବାର ଘୋଡ଼ାର ଚିତ୍ର ବନାନ୍ତୁ ବା ଲଗାନ୍ତୁ । ପ୍ରେରଣାଦାୟକ ଚିତ୍ର ବ୍ୟବହାର କରନ୍ତୁ ।

Leave A Reply

Your email address will not be published.