ଜାଣନ୍ତୁ, ଆଜି ଆପଣଙ୍କ ରାଶିରେ କ’ଣ ଅଛି !

ମେଷ:

ବାସ୍ତବତା, ପାରିବାରିକ, ରାଜନୈତିକ,ମାଙ୍ଗଳିକ, ଦୈନିକ ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଶୁଭପ୍ରଦ ହେବ। ଦେହ ଓ ମନ ସୁସ୍ଥ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ:

ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର, ଈର୍ଷା ଓ ଘୃଣା ପରି ନକରାତ୍ମକ ମନଭାବନା ବି କମିଯିବ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

ମିଥୁନ:

ଉଦ୍ୟମରେ ସଫଳତା ମିଳିବ। ଆଶା ବାସ୍ତବରେ ପରିଣତ ହେବ। ସମସ୍ତଙ୍କର ସହଯୋଗ ମିଳିବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି।

କର୍କଟ:

କର୍କଶ ସ୍ୱଭାବଯୁକ୍ତ ହେଲେ ମଧ୍ୟ ନିଜ କାର୍ଯ୍ୟ ହାସଲ ପାଇଁ ସମସ୍ତଙ୍କ ସହ ଖାପ ଖୁଆଇ କାମ କରିବେ। ଆଶା ବାସ୍ତବିକତାର ରୂପ ନେବ। ଜମିବାଡ଼ି କିଣିବେ। ଯାନବାହାନ ପରିବର୍ତ୍ତନ କରିପାରନ୍ତି।

ସିଂହ:

ଆପଣଙ୍କ ପାଇଁ ବର୍ତ୍ତମାନ ସମୟ ଅତ୍ୟନ୍ତ ଶୁଭ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ନିଜର କାମ ଯଥା ସମୟରେ ପୂରା କରିନେବେ।

କନ୍ୟା:

ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ନିଯୁକ୍ତି ମିଳିବ। ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦେହ ଓ ମନ ସୁସ୍ଥ ରହିବ।

ତୁଳା:

ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ବିଛା:

ବେପାରୀଙ୍କ ଲାଗି ଦିନଟି ଭଲ। ଆର୍ଥିକ କ୍ଷତିରୁ ମୁକୁଳିବେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ:

ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ମକର:

ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମିଳିବ। ନୂଆ ଉତ୍ସରୁ ଧନଲାଭ ହେବ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

କୁମ୍ଭ:

କ୍ଷଣକୋପୀ ରହିବେ। ମାନ ସମ୍ମାନ ମିଳିବ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବଢ଼ିବ। ପ୍ରେମରେ ସଫଳତା ମିଳିବ।

ମୀନ:

ଗ୍ରହମାନଙ୍କର ସ୍ଥିତି, ଅବସ୍ଥିତି ଯୋଗୁ କମ୍‌ ପରିଶ୍ରମ କରିବେ। କିନ୍ତୁ ଅଧିକ ଲାଭ ପାଇବେ। ଆଶା ବାସ୍ତବିକତାର ରୂପ ନେବ। ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବେ। ନୂଆ କାମ କରିବାକୁ ଚାହୁଁଥିଲେ ସଫଳ ହେବେ। କମ୍‌ ସମୟ ମଧ୍ୟରେ ଶୀର୍ଷରେ ପହଞ୍ଚିବେ।

Leave A Reply

Your email address will not be published.