ଘଟଗାଁ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଘଟଗାଁ ବି.ଇ.ଓ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ୨୦୧୫ର ବ୍ୟାଚର ୩୩ ଜଣ ଶିକ୍ଷକଙ୍କ ଏରିଅର ଦରମା ପାଇଁ ୬୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ ।
ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ଆୟବହିର୍ଭୂତ ସଂପତ୍ତି ଠୁଳ ନେଇ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ତିନିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।