କଟକ (କେନ୍ୟୁଜ): କଟକ ପୋକ୍ସୋ ଅଦାଲତ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା। ସିଡିଏ ସେକ୍ଟର-୯ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ମୁତାବକ, ବିଚାରପତି ସୁବାସ କୁମାର ବିହାରୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସହକର୍ମୀଙ୍କ କହିବା ଅନୁସାରେ ବିଚାରପତି ସୁବାସ କୁମାର ଗତ ଦୁଇ ଦିନ ଧରି ଛୁଟିରେ ଥିଲେ । ଆଜି ତାଙ୍କର ଛୁଟି ଶେଷ ହେଉଥିଲେ ବି ସେ ପୁଣିଥରେ ଛୁଟି ବଢାଇଥିଲେ । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏଘଟଣାର ତଦନ୍ତ ଆରମ୍ଭ କରିଛି । ।