ଭୁବନେଶ୍ୱର(କେନ୍ୟୁଜ୍): କାହିଁକି ଜୀବନ ହାରିଲେ ନର୍ସିଂ ଛାତ୍ରୀ । କାରଣ ଖୋଜିବା ପାଇଁ ହଷ୍ଟେଲ ୱାର୍ଡେନ୍ ଓ ସହପାଠିନୀ ମାନଙ୍କ ବୟାନ୍ ରେକର୍ଡ କରୁଛି ପୋଲିସ। ହଷ୍ଟେଲରୁ ମୃତ ଛାତ୍ରୀ କୁନି କହଁରଙ୍କ ଏକ ଖାତା ଜବତ କରିଛି ପୋଲିସ। କଣ ଲେଖା ରହିଚି ଖାତାରେ ସେନେଇ ଯାଞ୍ଚ ଚାଲିଛି।
ମୃତ ଛାତ୍ରୀଙ୍କ ପରିବାରଲୋକେ ବଲାଙ୍ଗିରରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନନଙ୍କ ମଧ୍ୟ ବୟାନ୍ ରେକର୍ଡ କରାଯିବ। ଗତକାଲି ଝୁଲନ୍ତା ଅବସ୍ଥାରେ ଏୟାର ଫିଲ୍ଡ ଥାନା ଜାମୁକୋଳି ଅଂଚଳରୁ କୁନି କହଁରଙ୍କ ମୃତଦେହ ଜବତ କରାଯାଇଥିଲା। ସେ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ଥିଲେ।