ବ୍ରେକଫାଷ୍ଟରେ ପିଲାଙ୍କ ପାଇଁ ବନାନ୍ତୁ ଟେଷ୍ଟି ଆଳୁ ଉତ୍ତପମ୍‌, ଟେଷ୍ଟରେ ପୂରା ଜବରଦସ୍ତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଥାଏ ଚିନ୍ତା। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ଚାଉଳ
  • ୨ଟି ସିଝା ଆଳୁ
  • ୧ ପିଆଜ (ଛୋଟ କଟା ହୋଇଥିବା)
  • ୧ ଗାଜର (ଛୋଟ କଟା ହୋଇଥିବା)
  • ୧ କପ୍‌ ବନ୍ଧା କୋବି (ଛୋଟ କଟା ହୋଇଥିବା)
  • ୧ ସିମଲା ଲଙ୍କା (ଛୋଟ କଟା ହୋଇଥିବା)
  • ୨ଟି କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ୨ ଚାମଚ୍‌ ଅଦା (ଛୋଟ କଟା ହୋଇଥିବା)
  • ୧ ଚାମଚ୍‌ ଲାଲ ଲଙ୍କା ପାଉଡର
  • ୧ ଚାମଚ ଗୋଲମରୀଚ ପାଉଡର
  • ସ୍ୱାଦଅନୁସାରେ ଲୁଣ

ଆଳୁ ଉତ୍ତପମ୍‌ ପ୍ରସ୍ତୁତି ପ୍ରଣାଳୀ

ଆଳୁ ଉତ୍ତପମ୍‌ ବନାଇବା ପାଇଁ ସର୍ବପ୍ରମେ ଚାଉଳକୁ ୫ ଘଣ୍ଟା ଭିଜାଇ ରଖନ୍ତୁ। ଏବେ ଭିଜା ହୋଇଥିବା ଚାଉଳ, ସିଝା ଆଳୁ, ପାଣି, ଅଦା ଏବଂ କଞ୍ଚା ଲଙ୍କାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ଏକ ପାତ୍ରରେ ବାହାର କରିଦିଅନ୍ତୁ। ଏଥରେ କାଟି ରଖିଥିବା କୋବି ପତ୍ର, ଗାଜର, ସିମଲା ଲଙ୍କା ଏବଂ ପିଆଜ, ଚିଲ୍ଲି ଫ୍ଲେକ୍ସ, ଲୁଣ ଏବଂ ଗୋଲ ମରୀଚ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ତାଓ୍ଵା ଗରମ କରି ସେଥିରେ ଘୋଳ ପକାଇ ଚାମଚ ସାହାଯ୍ୟରେ ବନାନ୍ତୁ। ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ। ଆପଣଙ୍କ ଟେଷ୍ଟୀ ଆଳୁ ଉତ୍ତପମ୍‌ ପ୍ରସ୍ତୁତ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.