ଏସିଆ କପ ସୁପର-୪ ର ଅନ୍ତିମ ମ୍ୟାଚ ଜିତି ସମ୍ମାନ ରଖିଲା ଭାରତ, ଆଫଗାନିସ୍ଥାନକୁ ୧୦୧ ରନ୍ରେ ହରାଇଲା
କେନ୍ୟୁଜ୍(ବ୍ୟୁରୋ):ଏସିଆ କପ ସୁପର-୪ ର ଅନ୍ତିମ ମ୍ୟାଚ ଜିତି ସମ୍ମାନ ରଖିଲା ଭାରତ । ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଭୁବନେଶ୍ୱରଙ୍କ ଦମଦାର ବୋଲିଂ ଯୋଗୁ ଆଫଗାନିସ୍ଥାନକୁ ୧୦୧ ରନ୍ରେ ହରାଇଲା ଭାରତ । ଭାରତ ଦେଇଥିବା ୨୧୩ ରନର ଟାର୍ଗେଟକୁ ପିଛା କରୁଥିବାର ଆଫଗାନ ମାତ୍ର ୮ ଓ୍ଵିକେଟ ହରାଇ ୧୧୧ ରନ କରିପାରିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ଥାନ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ୨ ଓ୍ଵିକେଟ ହରାଇ ୨୧୨ ରନ୍ କରିଥିଲା । ଏହାର ଜବାବରେ ଆଫଗାନିସ୍ଥାନ ବିସ୍ଫୋରକ ଶତକୀୟ ଇନିଂସ ଖେଳିିଥିଲେ ବିରାଟ ।
୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ କୋହଲି । ସେହିପରି ଦୀର୍ଘ ୧୦୨୦ ଦିନ ପରେ ବିରାଟ କୌଣସ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ଟି-୨୦ରେ ଏହା ବିରାଟଙ୍କ ପ୍ରଥମ ଶତକ । ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ । ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି । ସଚିନ ୬୬୪ ମ୍ଯାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଥର ୧୦୦ରୁ ଅଧିକ ରନ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ପଣ୍ଟିଂ ୫୬୦ ମ୍ଯାଚରେ ୭୧ଟି ଓ ବିରାଟ ୪୬୮ ମ୍ଯାଚରେ ସମାନ ୭୧ ଶତକ ହାସଲ କରିଛନ୍ତି ।